ଏନକାଉଂଟରରେ ମରିଗଲା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ: ଜୈଶ କମାଣ୍ଡର ମୁଦାସିର ଖାନ ସମେତ ୩ ଆତଙ୍କବାଦୀ ମୃତ

Advertisment
ଏନକାଉଂଟରରେ ମରିଗଲା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ: ଜୈଶ କମାଣ୍ଡର ମୁଦାସିର ଖାନ ସମେତ ୩ ଆତଙ୍କବାଦୀ ମୃତ

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳର ଆତଙ୍କବାଦୀ ଅପରେସନ ଜାରି ରହିଛି । ପୁଲୱାମାରେ ଗତକାଲିଠାରୁ ଗୁଳିବର୍ଷଣ ଚାଲିଛି । ଏଥିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ନିହତଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର ଜିଲ୍ଲା କମାଣ୍ଡର ମୁଦ୍ଦିଶର ଖାନ ଅଛି । ଅନ୍ୟ ଦୁଇଜଣ ଆତଙ୍କବାଦୀଙ୍କ ଚିହ୍ନଟ ହୋଇପାରିନାହିଁ । ମୁଦ୍ଦିଶର ଖାନର ପୁଲୱାମା ଆକ୍ରମଣରେ ବଡ ହାତ ଥିବା କୁହାଯାଉଛି । ସେ ୨୦୧୭ରେ ଜୈଶ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲା । ଗୋଟିଏ ଘରେ ଏମାନେ ଲୁଚିରହିଥିବା ଖବର ମିଳବା ପରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ ।

publive-image

ସୋମବାର ସକାଳ ଯାଏଁ କର୍ଡନ୍‌ ଓ ସର୍ଚ ଅପରେସନ୍‌ ଚାଲୁ ରହିଛି ବୋଲି ଭାରତୀୟ ସେନାବାହୀନିର ଆନୁଷ୍ଠାନିକ ଟୁଇଟର୍‌ ହ୍ୟାଣ୍ଡଲ୍‌ ଟୁଇଟ୍‌ କରିଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଉପସ୍ଥିତ ଅଛନ୍ତି ବୋଲି ସୂଚନା ପାଇବା ପରେ ମିଳିତ ନିରାପତ୍ତା ବଳ ଟ୍ରାଲ୍‌ ସହରର ପିଙ୍ଗ୍‌ଲିସ୍‌ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରିଥିଲା। ତଲାସ ଅଭିଯାନ ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ଏହାର ଜବାଦ ଦେବାରୁ ଗୁଳିବିନିମୟ ଆରମ୍ଭ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।

publive-image

ନିହତ ତିନି ଆତଙ୍କବାଦୀ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ବିଶ୍ୱାସ କରାଯାଉଛି। ତାଙ୍କର ପରିଚୟ ସଂଗ୍ରହ କରାଯାଉଛି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ରାଇଫଲ୍‌, ଗୋଟିଏ ପିସ୍ତଲ ଏବଂ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି। ଘଟଣା ବିଷୟରେ ଏକ ମାମଲା ରୁଜୁ କରାଯାଇଛି। ଜମ୍ମୁ ଓ କଶ୍ମୀର ପୁଲିସ ନାଗରିକମାନଙ୍କୁ ଅନୁରୋଧ କରିଛି କି, ଏନ୍‌କାଉଣ୍ଟର୍‌ ଜୋନ୍‌କୁ ଯାଆନ୍ତୁ ନାହିଁ। ସମଗ୍ର ଅଞ୍ଚଳ ତଲାସ ସରିବା ଯାଏଁ ଅପେକ୍ଷା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe