ଜମ୍ମୁ-କାଶ୍ମୀରର କୁପୱାଡା ସ୍ଥିତ ହନ୍ଦୱାଡାରେ ଶନିବାର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସେନା ଏବଂ ଆତଙ୍କବାଦୀଙ୍କ ଭିତରେ ୭୨ ଘଣ୍ଟା ଧରି ଚାଲିଥିବା ଲଢେଇରେ ସିଆରପିଏଫ୍ ର ଦୁଇଜଣ ଅଧିକାରୀ ଏବଂ ଜମ୍ମୁ-କାଶ୍ମୀର ପୋଲିସ୍ ର ୨ ଯବାନ ସହିଦ୍ ହୋଇଯାଇଥିଲେ । ଅନ୍ୟପକ୍ଷରେ ଏହି ଲଢେଇରେ ଗମ୍ଭୀର ଆଘାତ ପାଇଥିବା ଆଉ ଜଣେ ସିଆରପିଏଫ୍ ଯବାନ ରବିବାର ସହିଦ୍ ହୋଇ ଯାଇଛନ୍ତି । ଏହି ସମୟରେ ୪ ଜଣ ସ୍ଥାନୀୟ ଲୋକ ମଧ୍ୟ ଆଘାତର ଶିକାର ହୋଇଛନ୍ତି ।

Advertisment

ଜମ୍ମୁ-କାଶ୍ମୀର ପୋଲିସ୍ ମୁତାବକ ବାବାଗୁଡ୍ ଅଞ୍ଚଳରେ ସିଆରପିଏଫ୍ ତରଫରୁ ସର୍ଚ୍ଚ ଅପରେସନ୍ ଚାଲୁ ରହିଥିଲା । ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଫାୟାର କରିଥିଲେ । ଏହି ଲଢେଇରେ ୯ ଜଣ ଯବାନ ଆଘାତ ହୋଇଥିଲେ । ଏଥିରେ ୪ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଯବାନଙ୍କୁ ଗଭୀର ଆଘାତ ଲାଗିଥିଲା ।