କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର କୁଲଗାଁଓରେ ଗତରାତିରୁ ସୁରକ୍ଷା କର୍ମୀ- ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ତେବେ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଚାରିଆଡୁ ଘେରି ରହିଛନ୍ତି ।
ଖବର ଅନୁସାରେ, କୁଲଗାଁଓର ଖୁଡୱାମୀ ଅଂଚଳରେ ଆତଙ୍କବାଦୀମାନେ ଲୁଚିରହିଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନଙ୍କ ପକ୍ଷରୁ ଆଖିବୁଜା ଗୁଳିଚାଳନା ଜାରି ରହିଛି । ସୁରକ୍ଷା ବଳ ମଧ୍ୟ ଏହାର କଡା ଜବାବ ଦେଇଛି । ଚଳିତବର୍ଷ ଘାଟିରେ ସୁରକ୍ଷା କର୍ମୀଙ୍କ ଉପରେ ଅନେକ ଥର ହମଲା ହୋଇଛି ।
ଗତମାସରେ ଆତଙ୍କବାଦୀମାନେ ସିଂଜୁୱାନା ଆର୍ମି କ୍ୟାମ୍ପ, ଶ୍ରୀନଗରର ସିଆରପିଏଫ କ୍ୟାମ୍ପ ଓ କୁପୱାଡର ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ପାକିସ୍ତାନ ପକ୍ଷରୁ ମଧ୍ୟ ଗତ କିଛି ଦିନ ମଧ୍ୟରେ ନିୟନ୍ତ୍ରଣ ସୀମା ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/8.jpeg)
/kanak/media/post_attachments/wp-content/uploads/2018/04/6-6-300x197.jpg)
/kanak/media/post_attachments/wp-content/uploads/2018/04/7-7-300x200.jpg)