କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ- ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ! ଜଣେ ଯବାନ ସହିଦ,୨ ଆତଙ୍କୀ ନିହତ ।

86

ଜମ୍ମୁ-କାଶ୍ମୀରର ପୁଲୱାମା ଦେବରିଆରେ ଆତଙ୍କବାଦୀ-ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ୍ ହେବା ସହ ଆଉ ୨ ଜଣ ଯବାନ ଗୁରୁତର ହୋଇଛନ୍ତି । ଆହତ ଯବାନଙ୍କୁ ନିକଟସ୍ଥ ଆର୍ମି ବେସ୍ କ୍ୟାମ୍ପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଗୁଳିବିନିମୟରେ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ମଧ୍ୟ କୁହାଯାଇଛି ।

ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ଲୁଚିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଜବାବରେ ପାଲଟା ଗୁଳିମାଡ କରିଥିଲେ ଯବାନ । ତେବେ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।

ଶୁକ୍ରବାର ୨ ଆତଙ୍କବାଦୀ ହୋଇଥିଲେ ନିହତ :

ଆପଣଙ୍କୁ କହିରଖୁଛୁ ଜମ୍ମୁ-କାଶ୍ମୀରର ସୋପିୟାଁଁଠାରେ ଶୁକ୍ରବାର ଭାରତୀୟ ସୁରକ୍ଷାବଳ ଆଇଏସଜେକେର ଦୁଇ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲେ । ଆତଙ୍କବାଦୀ ଜାକିର୍ ମୁସାର ସାଥି ଇସଫାକ୍ ଅହମ୍ମଦ୍ ସୋଫି କାଶ୍ମୀରରେ ଆଇଏସଜେକେର ବଡ଼ କମାଣ୍ଡର ଥିଲା । ଏହି ମାମଲାରେ ଶ୍ରୀନଗର ସ୍ଥିତ ଆର୍ମି କ୍ୟାମ୍ପ ତରଫରୁ ଟ୍ୱିଟ୍ କରାଯାଇଥିଲା ଯେ , “ଆମ ସୈନିକମାନେ ସୋପିୟାଁରେ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଥିଲେ । ଆମେ କାଶ୍ମୀରରେ ଆତଙ୍କବାଦ ପ୍ରସାର କରୁଥିବା ଏବଂ ଆତଙ୍କୀଙ୍କୁ ପ୍ରଶ୍ରୟ ଦେଉଥିବା ଆଇଏସଜେକେର କମାଣ୍ଡରକୁ ମାରି ଗଡ଼ାଇଛୁ ।”