କନକ ବ୍ୟୁରୋ : ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ଭୟଙ୍କର ଆକ୍ରମଣ । ତରେମା ଥାନା ପୁଲିସ ଟିମ୍ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ । ମାଓବାଦୀଙ୍କ ଗୁଳି ମାଡରେ ଏସଆଇ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି । ଆହତ ଏସଆଇଙ୍କ ଅଣ୍ଟାରେ ଗୁଳି ବାଜିଥିବା ବେଳେ ତାଙ୍କୁ ଛତିଶଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସ୍ନାଇପର ଗନରେ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । କୁମ୍ବି ଅପରେସନ ସାରି ଫେରିବା ସମୟରେ ଯବାନଙ୍କୁ ଟାର୍ଗେଟ କରି ଆଇଡି ବିସ୍ଫୋରଣ କରିଥିଲେ ମାଓବାଦୀ । ଉଭୟ ପକ୍ଷରୁ ଗୁଳି ବିନିୟମ ହୋଇଥିଲା । ଏଥିରେ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି । ଯବାନଙ୍କୁ ଘେରିବା ପାଇଁ ମାଓବାଦୀମାନେ ବଡ଼ ଯୋଜନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/11-7.jpg)