ରାୟଗଡାରେ ଏନକାଉଣ୍ଟର । ୫୦ରୁ ଅଧିକ ମାମଲାରେ ଜଡିତ ଦୁର୍ଦ୍ଦାନ୍ତ ଅପରାଧୀ ହାଡିପା ଶିବାକୁ ଏନକାଉଣ୍ଟର, ଗିରଫ କରିବାକୁ ଯିବା ସମୟରେ ଚାଲିଲା ଗୁଳି ।

229

କନକ ବ୍ୟୁରୋ : ରାୟଗଡାରେ ଏନକାଉଂଟର । ରାୟଗଡା ପୁଲିସ ୱାଟେଂଡ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଡିବା ଶିବାକୁ ଏନକାଉଂଟର କରିଛି ପୁଲିସ । ଏଥିରେ ଏସଆଇ ରିଗଲ କିଣ୍ଡୋ ମଧ୍ୟ ଆହତ ହୋଇଛନ୍ତି । ଅପରାଧୀ ହାଡିବା ଗୋଡରେ ଗୁଳି ବାଜିଛି । ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି ।

ତେବେ ଏହି ଦୁର୍ଦ୍ଦାନ୍ତ ଅପରାଧୀ ହାଡିବା ଶିବା ନାଁରେ ୫୦ଟିରୁ ଅଧିକ ଅପରାଧିକ ମାମଲା ରହିଛି । ଆଜି ଭୋର ୪ଟା ବେଳେ ଶିବାକୁ ଗିରଫ କରିବା ପାଇଁ ପୁଲିସ ଚଢାଉ କରିବା ବେଳେ ଶିବା ପୁଲିସ ଉପରକୁ ଗୁଳି ଚଳାଇଥିଲା । ଆଉ ଏହାର ଜବାବ ଦେବାକୁ ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା । ଏଥିରେ ଶିବା ଆହତ ହୋଇଛି ।

Comments are closed.