କନକ ବ୍ୟୁରୋ : ରାୟଗଡାରେ ଏନକାଉଂଟର । ରାୟଗଡା ପୁଲିସ ୱାଟେଂଡ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଡିବା ଶିବାକୁ ଏନକାଉଂଟର କରିଛି ପୁଲିସ । ଏଥିରେ ଏସଆଇ ରିଗଲ କିଣ୍ଡୋ ମଧ୍ୟ ଆହତ ହୋଇଛନ୍ତି । ଅପରାଧୀ ହାଡିବା ଗୋଡରେ ଗୁଳି ବାଜିଛି । ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି ।
ତେବେ ଏହି ଦୁର୍ଦ୍ଦାନ୍ତ ଅପରାଧୀ ହାଡିବା ଶିବା ନାଁରେ ୫୦ଟିରୁ ଅଧିକ ଅପରାଧିକ ମାମଲା ରହିଛି । ଆଜି ଭୋର ୪ଟା ବେଳେ ଶିବାକୁ ଗିରଫ କରିବା ପାଇଁ ପୁଲିସ ଚଢାଉ କରିବା ବେଳେ ଶିବା ପୁଲିସ ଉପରକୁ ଗୁଳି ଚଳାଇଥିଲା । ଆଉ ଏହାର ଜବାବ ଦେବାକୁ ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା । ଏଥିରେ ଶିବା ଆହତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/encounter-1.jpg)