ଜାମ୍ମୁକାଶ୍ମୀରରେ ଆକ୍ସନ ମୁଡରେ ଭାରତୀୟ ସେନା ! ଆତଙ୍କବାଦୀଙ୍କ ବିରୋଧରେ ସେନାର ୩ଟି ଏନକାଉଣ୍ଟର, ୨ ଆତଙ୍କୀ ନିହତ ।

Advertisment
ଜାମ୍ମୁକାଶ୍ମୀରରେ ଆକ୍ସନ ମୁଡରେ ଭାରତୀୟ ସେନା ! ଆତଙ୍କବାଦୀଙ୍କ ବିରୋଧରେ ସେନାର ୩ଟି ଏନକାଉଣ୍ଟର, ୨ ଆତଙ୍କୀ ନିହତ ।

ଆତଙ୍କବାଦୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏବେ ସେନା ଆକ୍ସନ ମୁଡରେ ଥିବା ଜଣାପଡିଛି । ଗୁରୁବାର ସକାଳୁ ନିରାପତ୍ତା ବଳ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ତିନିଟି ଏନକାଉଣ୍ଟର୍ ଆରମ୍ଭ କରିଛନ୍ତି।

ପ୍ରଥମ ଏନକାଉଣ୍ଟରରେ ନିରାପତ୍ତା ବଳ ଶ୍ରୀନଗରର ଉପନଗରୀ ନୂରବାଗ ଠାରେ ଆତଙ୍କବାଦୀଙ୍କୁ ମୁକାବିଲା କରୁଛନ୍ତି। ପ୍ରଥମେ ମିଳିଥିବା ଖବର ଅନୁସାରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଘେରାଉ କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ସମର୍ଥ ହୋଇଛି। ଅନ୍ୟ ଜଣେ ଗୁଳି ବିନିମୟରେ ନିହତ ହୋଇଛି।

publive-image

ଦ୍ୱିତୀୟ ଏନକାଉଣ୍ଟର୍ ଚାଲିଛି କଶ୍ମୀର ଡିଭିଜନର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଦୂରୁ ଶାହାବାଦ ଠାରେ। ନିରାପତ୍ତା ବଳ ଅସିଫ୍ ମଲିକ ନାମକ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଗୁଳି ଚାଳନା ବନ୍ଦ କରାଯାଇ ତଲାସ ଅଭିଯାନ ଆରମ୍ଭ କରାଯାଇଛି। ତୃତୀୟ ଏନକାଉଣ୍ଟର୍ ଚାଲିଛି ବଡଗାମ ଜିଲ୍ଲା ଅନ୍ତର୍ଗତ ଚଦୂରା ସହର ପାନଜାନ୍ ଅଞ୍ଚଳରେ। ଗାଁରେ ଛପିଥିବା ଆତଙ୍କବାଦୀମାନଙ୍କ ସହ ନିରାପତ୍ତା ବଳ ଗୁଳିବିନିମୟରେ ବ୍ୟସ୍ତ ଥିବାକଥା ଅଧିକାରୀମାନେ କହିଛନ୍ତି। ଏ ପର‌୍ୟ୍ୟନ୍ତ ସେଠାରୁ କେହି ମୃତାହତ ହୋଇଥିବା ଖବର ଆସିନାହିଁ। ନିରାପତ୍ତା ପଦକ୍ଷେପ ସ୍ୱରୂପ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଇଣ୍ଟରନେଟ୍ ସେବା ବନ୍ଦ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe