କଟକରେ ଏନକାଉଣ୍ଟର ! ଅନିଲ ବେହେରା ଓରଫ ଚିକୁକୁ ଗୁଳି କଲା କମିସନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ।

31

କନକ ବ୍ୟୁରୋ : କଟକ ମଧୁପାଟଣାରେ ପୋଲିସର ଏନକାଉଣ୍ଟର । ପୁରୀଘାଟରେ ୭ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ସାମିଲ ଥିବା ଅନିଲ ବେହେରା ଓରଫ ଚିକୁକୁ ଏନକାଉଣ୍ଟର କରାଯାଇଛି । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ ଅନିଲ ବେହେରା ଓରଫ ଚିକୁ । ସେ ଶଗଡିଆ ସାହି ବାସିନ୍ଦା ବୋଲି ଜଣାପଡିଛି । ଅନିଲ ବେହେରା ନୂଆପଡା ଅଂଚଳରେ ଅଭିରାମ ମଠନିକଟରେ ଥିବା ଖବର ପାଇ ପୋଲିସ ଚଢଉ କରିଥିଲା ।

ତେବେ ପୋଲିସକୁ ଦେଖି ସେ ଫେରାର ହେବାକୁ ଉଦ୍ୟମ କରିଥିଲା ଏବଂ ପିସ୍ତଲ କାଢି ପୋଲିସ ଉପରକୁ ଗୁଳିମାଡ କରିଥିଲା । ଜବାବରେ ପୋଲିସ ଗୁଳିରେ ଚିକୁ ଆହତ ହୋଇଥିଲା । ତାହାର ବାମ ଗୋଡରେ ଗୁଳି ମାଡ ହୋଇଛି । ଆହତ ଅବସ୍ଥାରେ ଅନିଲକୁ ଏସସିବିରେ ଭର୍ତି କରାଯାଇଛି । ଅନିଲ ବେହେରା ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ରହିବା ସହ ସେ ଜଣେ ସିରିଏଲ ଲୁଟେରା ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣି ପାରିଛି । ଅନିଲ ନିକଟରୁ ପୋଲିସ ଗୋଟିଏ ୭ ଏମଏମ ପିସ୍ତଲ, ଗୁଳି ଓ ଗୋଟିଏ ମୋବାଇଲ ଜବତ କରିଛି ।