କଟକରେ ଏନକାଂଉଟର । ଟିଟୋ ସହଯୋଗୀ ବୁଦ୍ଧିଆକୁ ପୋଲିସର ଗୁଳି, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତି

321

କନକ ବ୍ୟୁରୋ : କଟକରେ ପୁଣି ଏନକାଉଂଟର । ପୁଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଦୁର୍ଦାନ୍ତ ଅପରାଧୀ ବୁଦ୍ଧିଆ ଦାସ ଗୁରୁତର । ବୁଦ୍ଧିଆର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବୁଦ୍ଧିଆକୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ତା ନିକଟରୁ ଗୋଟିଏ ବନ୍ଧୁକ ଏବଂ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ସିଡିଏ ସେକ୍ଟର ୧୩ ଅଂଚଳରେ ପୋଲିସର ଚଢ଼ାଉ ବେଳେ ବୁଦ୍ଧିଆ ପୋଲିସ ଉପରକୁ ଗୁଳି ମାଡ କରିଥିଲା ।

www.jagran.com

ତାପରେ ପୋଲିସ ପାଲଟା ଗୁଳିମାଡ କରିଥିଲା । ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି । ତେବେ ଏନକାଂଉଟର ପରେ ତାକୁ ଚିକିତ୍ସା କରିବା ଲାଗି ଏସସିବିରେ ଭର୍ତି କରାଯାଇଛି । ଗତ କିଛି ଦିନ ହେବ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏନକାଂଉଟର କରୁଥିବାର ଦେଖାଯାଉଛି ।