କନକ ବ୍ୟୁରୋ : ସମାଜବାଦ ଭଳି ଦେଶରେ ମଦ ବ୍ୟାନ ଯେ ଏକ ସ୍ୱପ୍ନ ଏହା ଧିରେ ଧିରେ ପ୍ରମାଣିତ ହେବାରେ ଲାଗିଛି । ମଦକୁ ବିରୋଧ କରି ବିଭିନ୍ନ ଗଣ ସଂଗଠନ ଓ ରାଜନୈତିକ ଦଳମାନେ ହୋ ହାଲ୍ଲା କରୁଥିବା ବେଳେ କିଛି ରାଜ୍ୟ ସରକାର ରାଜନୀତି ରୁଟି ସେକିବା ଲକ୍ଷରେ ରାଜ୍ୟରେ ମଦ କାରବାରକୁ ବ୍ୟାନ କରିଛନ୍ତି । ଏହା ମଧ୍ୟରେ ବିହାର ହେଉଛି ପ୍ରଥମ ରାଜ୍ୟ ଯେ କି ମଦ କାରବାରକୁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ କରିଥିବା ନେଇ ଆଇନ ଆଣିଛନ୍ତି । ହେଲେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ବିହାରରେ ବିଶାକ୍ତ ମଦମୃତ୍ୟୁ ସଂଖ୍ୟା ଆଜିବି ସର୍ବାଧିକ । ଏହାରି ମଧ୍ୟରେ ବିହାର ବିଧାନସଭା ପରିସରରୁ ଆସିଛି ବିଚିତ୍ର ଚିତ୍ର । ବିହାର ବିଧାନସଭା ପରିସରରୁ ଖାଲି ମଦ ବୋତଲ ମିଳିବା ପରେ ଏହାକୁ ନେଇ ବିହାର ରାଜନୀତି ସରଗରମ ହୋଇଛି ।
ମଦ ବ୍ୟାନ ହୋଇଥିବା ରାଜ୍ୟ ବିହାର ବିଧାନସଭା ପରିସରରେ ଖାଲି କିଛି ଖାଲି ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । କେବଳ ଦାବି କରି ନାହାଁନ୍ତି ମଦ ବୋତଲ ପଡିଥିବା ସ୍ଥାନ ବୁଲି ଦେଖିଛନ୍ତି ତେଜସ୍ୱୀ । ଏହାପରେ ସେ ତାଙ୍କ ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି କି ବିଭିନ୍ନ ବ୍ରାଣ୍ଡର ଖାଲି ମଦ ବୋତଲଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଚେମ୍ବର ପାଖା ପାଖି ପଡି ରହିଛି । ସେ ଆହୁରି ଲେଖିଛନ୍ତି କି ଏତେ କଡା ସୁରକ୍ଷାବଳୟରେ ଥିବା ବିଧାନସଭା ପରିସରରୁ ଯେତେବେଳେ ମଦ ବୋତଲ ମିଳୁଛି ତାହାଲେ ରାଜ୍ୟର ଅନ୍ୟ ପ୍ରାନ୍ତରରେ ସ୍ଥିତି କଣ ଥିବ ?
अदभुत! बिहार विधानसभा परिसर के अंदर में शराब की बोतलें बरामद।
अभी शीतकालीन सत्र चल रहा है। CM के चेंबर से मात्र चंद कदम की दूरी पर विभिन्न ब्रांड की शराब ही शराब उपलब्ध।
कड़ी सुरक्षा के बीच चालू सत्र में ही विधानसभा में शराब मिल रही है, शेष बिहार की आप बस कल्पना कीजिए! शर्मनाक! pic.twitter.com/v1Sj2kiBkK
— Tejashwi Yadav (@yadavtejashwi) November 30, 2021
ତେଜସ୍ୱୀ ଏହି ପ୍ରସଙ୍ଗକୁ ବିହାର ବିଧାନସଭାରେ ଉଠାଇଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆରଜେଡି ସମେତ ତମାମ୍ ବିରୋଧୀଦଳମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/2-50.jpg)