କନକ ବ୍ୟୁରୋ : କୋଟି କୋଟି ଓଡିଆ ଓ ବିଶ୍ୱବ୍ୟାପୀ ଅଗଣିତ ଭକ୍ତଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜକୋଷ ଖାଲି ହେଉଛି । ଅର୍ଥାତ୍ ଆୟ ଯେତିକି ହେଉଛି ତାର ଢେରଗୁଣା ବ୍ୟୟ ହେଉଛି । ବିଭିନ୍ନ ଯାତ୍ରାକୁ ନେଇ ଯେଉଁ ବ୍ୟୟ ଅଟକଳ କରାଯାଉଛି, ତାଠୁ ଅଧିକ ଖର୍ଚ୍ଚ କରାଯାଉଛି । ବ୍ୟୟ ଅଟକଳଠୁ ଅଧିକ ଖର୍ଚ୍ଚର ଭାର ଜଗନ୍ନାଥଙ୍କ ରାଜକୋଷ ବହନ କରୁଥିବାରୁ ଏବେ ଶ୍ରୀଜିଉଙ୍କ ରାଜକୋଷ ଖାଲି ହେବାରେ ଲାଗିଛି । ଯେଉଁଠି ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ସେଠି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

Advertisment

ଗତ ଏପ୍ରିଲରୁ ଜୁନ ଭିତରେ ପାଖାପାଖି ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା କିନ୍ତୁ ଖର୍ଚ୍ଚ ହୋଇଛି ୬ କୋଟି ଟଙ୍କା । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଭକ୍ତଙ୍କ ଦାନ ଅର୍ଥକୁ ଅବାଟରେ ଖର୍ଚ୍ଚ କରାଯାଉଛି କି ? ନିକଟରେ ସରିଥିବା ରଥ ଯାତ୍ରା, ଚନ୍ଦନ ଯାତ୍ରାର ପ୍ରାପ୍ୟ, ପାଉଣା ବାବଦରେ ବ୍ୟୟ ଅଟକଳଠାରୁ ଢେର ଅଧିକ ଖର୍ଚ୍ଚରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ମୁଣ୍ଡରେ ହାତ ଦେଲା ଭଳି । କମ ଆୟ ଅଧିକ ଖର୍ଚ୍ଚ ଯୋଗୁଁ ଦେଶର ଅନ୍ୟ ପ୍ରସିଦ୍ଧ ମନ୍ଦିରର ଆୟଠାରୁ ଶ୍ରୀମନ୍ଦିର ଏବେ ପଛରେ ପଡିଯାଇଛି ।

- ୨୦୨୨ ରଥଯାତ୍ରାରେ ରଥଖଳା ପାଉଣା ୧୫ ଲକ୍ଷ ଟଙ୍କ ଅଟକଳ କରାଯାଇଥିଲା
- କିନ୍ତୁ ରଥଖଳା ପାଉଣା ବାବଦକୁ ଖର୍ଚ୍ଚ ହେଲା ୧ କୋଟି ୨୧ ଲକ୍ଷ ୮୧ ହଜାର
- ଚନ୍ଦନ ଯାତ୍ରା-ବ୍ୟୟ ଅଟକଳ ହୋଇଥିଲା ୫ଲ କ୍ଷ ୫୦ ହଜାର ଟଙ୍କା
- ଖର୍ଚ୍ଚ ହେଲା ୧୧ ଲକ୍ଷ ୨୮ ହଜାର ୮୫୦ ଟଙ୍କା
- ନୀତିକାନ୍ତି ବାବଦରେ ୩ଲକ୍ଷ ୭୫ ହଜାର ଅଟକଳ ହୋଇଥିଲା
- ଖର୍ଚ୍ଚ ହେଲା ୫ ଲକ୍ଷ ୪ ହଜାର ୬୩୦ ଟଙ୍କା
- ସେବକଙ୍କ ଧ୍ୱଜା ପାଉଣା ବାବଦରେ ଅଟକଳ ୮ ଲକ୍ଷ ୭୫ ହଜାର
- ଖର୍ଚ୍ଚ ହୋଇଛି ୧୩ ଲକ୍ଷ ୮୩ ହଜାର ୯୯୪ ଟଙ୍କା
- ବିମାନବଡୁଙ୍କ ପାଉଣା ବାବଦରେ ୧ ଲକ୍ଷ ୬୬ ହଜାର ବ୍ୟୟ ଅଟକଳ ହୋଇଥିଲା
- ଖର୍ଚ୍ଚ ହୋଇଛି ୬ ଲକ୍ଷ ୬୪ ହଜାର ୩୩୫ ଟଙ୍କା
- ସେବକ ସ୍ୱାସ୍ଥ୍ୟ ବୀମା ବାବଦକୁ ୭୬ ଲକ୍ଷ ୭୫ ହଜାର ବ୍ୟୟ ଅଟକଳ
- ଖର୍ଚ୍ଚ ହେଲା ୩ କୋଟି ୧୦ ଲକ୍ଷ ୯୨ ହଜାର ୪୮୦ ଟଙ୍କା
- ଗତ ଏପ୍ରିଲରୁ ଜୁନ ଭିତରେ ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ
- ଖର୍ଚ୍ଚ କରାଯାଇଛି ୬ କୋଟି ଟଙ୍କା