କନକ ବ୍ୟୁରୋ : ‘ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ପ୍ରୋଜେକ୍ଟ ପଂଛିର ତୃତୀୟ ପର୍ୟ୍ୟାୟର ଶୁଭାରମ୍ଭ କରିଥିଲା । ବେଦାନ୍ତର ଚେୟାରମ୍ୟାନ୍ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପ୍ରୋଜେକ୍ଟ ପଂଛି ହେଉଛି ବେଦାନ୍ତର ଅଭିନବ କର୍ପୋରେଟ୍ ନିଯୁକ୍ତି ଡ୍ରାଇଭ୍ ଯାହା ଧାତୁ, ଖଣି, ତୈଳ ଏବଂ ଗ୍ୟାସ୍ ସ୍ଥିତ ପାନ-ଇଣ୍ଡିଆରେ ବିଭିନ୍ନ ବ୍ୟବସାୟରେ ଆରô୍ଥକ ଅନଗ୍ରସର ପଛୁଆ ସମ୍ପ୍ରଦାୟର ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି । ଏହି ଡ୍ରାଇଭର ଲକ୍ଷ ହେଉଛି ସ୍ୱଳ୍ପ ଆୟ ପରିବାରର ବାଳିକାମାନେ, ଯେଉଁମାନେ ଆର୍ଥିକଏବଂ ସାମାଜିକ ପ୍ରତିବନ୍ଧକ ହେତୁ ପରବର୍ତୀ ଅଧ୍ୟୟନ ତଥା ଏକ ପୂର୍ଣ୍ଣ କ୍ୟାରିୟର ଗଢି ପାରୁନାହାଁନ୍ତି, ସେମାନଙ୍କୁ ସାହାଯ୍ୟ କରିବା ।

Advertisment

ଝାରସୁଗୁଡାରେ ପ୍ରକଳ୍ପର ତୃତୀୟ ପର୍ୟ୍ୟାୟର ଅଂଶ ଭାବରେ ୪୫ ଜଣ ଯୁବତୀ ନିଯୁକ୍ତି ପାଇଁ ଚିହ୍ନଟ ହୋଇଛନ୍ତି । ଯୁବତୀମାନଙ୍କୁ ସେମାନଙ୍କର ଅଫର ପତ୍ର ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ ସୁନୀତା କିସାନ ଏବଂ ଜିଲ୍ଲା ନିଯୁକ୍ତି ବିନିମୟ ଅଧିକାରୀ ସୁଶ୍ରୀ ସଂଗୀତ ମେହେରଙ୍କ ଦ୍ୱାରା ସମର୍ପିତ ହୋଇଥିବାବେଳେ ଶ୍ରୀମତୀ ଦୀପାଲି ଦାସ, ବିଧାୟକଙ୍କ ସହ କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଶ୍ରୀମତୀ ଅବୋଲି ସୁନୀଲ ନାରାଭାନେ ପ୍ରମୁଖ ଭାର୍ଚୁଆଲ ମୋଡରେ ଯୋଗଦାନ କରିଥିଲେ ।

ଆଜି ପର୍ୟ୍ୟନ୍ତ, ଏହି ପଦକ୍ଷେପ ଦ୍ୱାରା ୨୦୦ ରୁ ଅଧିକ ବାଳିକାଙ୍କୁ ଚୟନ କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ପିଢିର ଶିକ୍ଷାର୍ଥୀ ଅଟନ୍ତି ଯାହାକି ସେମାନଙ୍କ ବିଦ୍ୟାଳୟର ଶେଷ ପର୍ୟ୍ୟାୟରେ ପହଂଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅସୁବିଧାକୁ ଅତିକ୍ରମ କରି ଆସିଥାନ୍ତି । ଅନୁଷ୍ଠାନଗୁଡିକରୁ ଥରେ ଚୟନ ହେବା ପରେ ଏହି ପ୍ରତିଜ୍ଞାକାରୀ ବ୍ୟକ୍ତିମାନେ ପ୍ରସିଦ୍ଧ ଜାତୀୟ ସ୍ତରରେ ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ପ୍ରାୟୋଜକ ପାଇପାରିବେ । ସେମାନଙ୍କର ସ୍ନାତକୋତର ସମାପ୍ତି ପରେ, ଚାକିରି ଅଫରଗୁଡିକ ଆନୁଷ୍ଠାନିକ ହେବାସହିତ ଏହି ଯୁବତିମାନେ ମୂଳ କାର୍ୟ୍ୟରେ ସ୍ନାତକ ପ୍ରଶିକ୍ଷକ ଭାବରେ ବେଦାନ୍ତ କାର୍ୟ୍ୟରେ ଯୋଗଦେବେ । ପୂର୍ବରୁ ଏହା ଛତିଶଗଡର କୋରବା, ଓଡିଶାର ଲାଞିଗଡ ଏବଂ ସୁନ୍ଦରଗଡ ଥିବା ବେଦାନ୍ତ ଆଲୁମିନିୟମ୍ ଅପରେସନରେ ଏହି କାର୍ୟ୍ୟକ୍ରମ ସଫଳତାର ସହ ପରିଚାଳିତ ହୋଇଥିଲା ।

ପ୍ରୋଜେକ୍ଟ ପଂଛି ବେଦାନ୍ତର ଅଦମ୍ୟ ଉତ୍ସର୍ଗୀକୃତତାକୁ ଦର୍ଶାଉଛି ଯେ ଓଡ଼ିଶା, ଛତିଶଗଡ, ରାଜସ୍ଥାନ, ଝାଡଖଣ୍ଡ, କର୍ଣ୍ଣାଟକ, ଗୋଆ ଇତ୍ୟାଦିରେ କମ୍ପାନୀର ଧାତୁ, ଖଣି ଏବଂ ତୈଳ ଏବଂ ଗ୍ୟାସ ବ୍ୟବସାୟର ନିକଟବର୍ତୀ ଅଂଚଳର, ସୁଦୂର ସମ୍ପ୍ରଦାୟର ଯୁବତୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ଧାତୁ ଏବଂ ଖଣି କ୍ଷେତ୍ର ମଧ୍ୟରେ ଥିବା ଲିଙ୍ଗଗତ ଅସନ୍ତୁଳନକୁ ଦୂର କରିବା ପାଇଁ ପ୍ରକଳ୍ପ ପଂଛି ପ୍ରସ୍ତୁତ ହୋଇଛି, ଏବଂ ଉତ୍ପାଦନ, ଭାରୀ ଇଞ୍ଜିନିୟରିଂ ଏବଂ ଖଣିଜ ସମ୍ପଦ ଶିଳ୍ପରେ କ୍ୟାରିୟର କରିବାକୁ ଇଚ୍ଛା କରିବା ପାଇଁ ଭାରତର ଗ୍ରାମାଂଚଳର ହଜାର ହଜାର ବାଳିକା ଏବଂ ମହିଳାଙ୍କ ପାଇଁ ଏକ ପ୍ରେରଣା ଭାବରେ କାର୍ୟ୍ୟ କରୁଛି ।

ଏହି ଅବସରରେ ନିଜର ମତବ୍ୟକ୍ତ କରି ଶ୍ରୀ ସୁନୀଲ ଗୁପ୍ତା, ସିଇଓ, ବେଦାନ୍ତ ଆଲୁମିନିୟମ କହିଛନ୍ତି, "ପ୍ରୋଜେକ୍ଟ ପଂଛି ମହିଳା ସଶକ୍ତିକରଣ ପାଇଁ ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତାର ଏକ ଉଦାହରଣ । ଆମର ଅଧ୍ୟକ୍ଷଙ୍କ ଦର୍ଶନ କେବଳ ଏହି ଯୁବତୀମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିଜ୍ଞାକରେ ନାହିଁ ଆମକୁ ଘେରି ରହିଥିବା ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତନକୁ ବିକିରଣ କରିଥାଏ । ଆମେ ବାଧାବିଘ୍ନକୁ ଦୂର କରିବା ତଥା ସେମାନଙ୍କର ଆକାଂକ୍ଷା ହାସଲ କରିବା ପାଇଁ ଯୁବକ, ବିଶେଷକରି ଯୁବତୀଙ୍କୁ ସଶକ୍ତ କରିବାରେ ବିଶ୍ୱାସ କରୁ । ଏହି ପଦକ୍ଷେପ ଶିକ୍ଷାର ପରିବର୍ତନଶୀଳ ଶକ୍ତି ଏବଂ ଏହି ଯୁବକମାନଙ୍କ ସାମର୍ଥ୍ୟ ଉପରେ ଆମ ବିଶ୍ୱସର ପ୍ରମାଣ ଅଟେ । ଏକ ଉତମ ଭବିଷ୍ୟତ ଗଠନ କରିବାକୁ ଆମେ ସର୍ବଦା ପ୍ରେରଣା ଦେଇଥାଉ ।

ଶ୍ରୀ ଦିଲୀପ ସିହ୍ନା, ସିଏଚଆରଓ, ବେଦାନ୍ତ ଆଲୁମିନିୟମ୍ କହିଛନ୍ତି, "ବେଦାନ୍ତରେ ଆମେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାର ମହତ୍ୱକୁ ସ୍ୱୀକାର କରୁଛୁ ଏବଂ ପ୍ରତିଭା, ବିବିଧତା ଏବଂ ସମାନତା ବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତା ସହିତ ପ୍ରୋଜେକ୍ଟ ପଂଛି ସମ୍ପୂର୍ଣ୍ଣ ରୂପେ ସଜାଗ ହୋଇଛି । ଶିକ୍ଷା କ୍ଷେତ୍ରରେ ବିନିଯୋଗ କରି ଏବଂ ଏହି ଛୋଟ ବାଳିକାମାନଙ୍କର ସଶକ୍ତିକରଣ କରିବା ପାଇଁ ଆମେ ସମ୍ମୁଖୀନ ହେଉଥିବା ସୀମାବଦ୍ଧତାର ଚକ୍ରକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛୁ, ତେଣୁ ସେମାନଙ୍କ ପାଇଁ ଏବଂ ସେମାନଙ୍କ ସମ୍ପ୍ରଦାୟ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମେ ଦ୍ୱାର ଉମ୍ନୁକ୍ତ ରଖିଛୁ ।

ଭାର୍ଚୁଆଲ ମୋଡରେ ଯୋଗଦେଇ ଶ୍ରୀମତୀ ଦିପାଲି ଦାସ, ବିଧାୟକ, ଝାରସୁଗୁଡା କହିଛନ୍ତି, “ମହିଳାମାନେ ଶିଖରରେ ପହଂଚିବା ପାଇଁ ସକ୍ଷମ କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷା ପାଇଁ ସମର୍ଥ ହୋଇନଥାନ୍ତି । ପ୍ରୋଜେକ୍ଟ ପଂଛି ପରି କାର୍ୟ୍ୟକ୍ରମ ଆଣିଥିବାରୁ ମୁଁ ବେଦାନ୍ତକୁ ପ୍ରଶଂସା କରୁଛି ଏବଂ ଭବିଷ୍ୟତରେ ଏହିପରି ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ଅନୁରୋଧ କରୁଛି । ଝାରସୁଗୁଡା ଏହାର ଆଖପାଖରେ ପ୍ରମୁଖ ଶିଳ୍ପଗୁଡିକ କାର୍ୟ୍ୟ କରିବାରେ ଭାଗ୍ୟବାନ୍ ଏବଂ ବେଦାନ୍ତ ସର୍ବଦା ସେମାନଙ୍କର ସିଏସଆର ପଦକ୍ଷେପରେ ସକ୍ରିୟ ରହିଆସିଛି । କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ଅବୋଲି ସୁନୀଲ ନାରାଭାନେ ଆହୁରି କହିଛନ୍ତି, “ଏହି ଚମତ୍କାର ପଦକ୍ଷେପ ପାଇଁ ମୁଁ ବେଦାନ୍ତ ଆଲୁମିନିୟମକୁ ମୋର କୃତଜ୍ଞତା ଜଣାଉଛି, ଯାହା ଯୁବତୀମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛି । ଏହିପରି ପରିବର୍ତନଶୀଳ ପଦକ୍ଷେପ ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସର୍ବଦା ସହାୟତା କରିବ ।

ନିଯୁକ୍ତି ଡ୍ରାଇଭ୍ର ଅଂଶ ଭାବରେ ମନୋନୀତ ହୋଇଥିବା ଯୁବତିମାନଙ୍କ ମଧ୍ୟରୁ ଶ୍ରୀମତୀ ଅଲିଭା ପଟେଲ ତାଙ୍କ ଭାବନାକୁ ପ୍ରକାଶ କରି କହିଛନ୍ତି, “ମୋ ମା ମୋତେ ଉଚ୍ଚ ଅଧ୍ୟୟନ କରିବାକୁ ଉତ୍ସାହିତ କରିଥିଲେ କାରଣ ସେ ନିଜେ ଏହା କରିପାରିନଥିଲେ । ଏହି ପଦକ୍ଷେପକୁ ଆଗେଇ ନେଇଥିବାରୁ ଏବଂ ଆମ ପରି ଝିଅମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ସାହାଯ୍ୟ କରିବା ସହିତ ଆମର ଯତ୍ନ ନେବା ପାଇଁ ମୁଁ ବେଦାନ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆମର ବଡ଼ ସ୍ୱପ୍ନ ଅଛି ଏବଂ ବେଦାନ୍ତ ତାହାକୁ ସଫଳ କରିବାରେ ସାହାଯ୍ୟ କରୁଛି । ”

ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଲିମିଟେଡ଼ର ଏକ ବ୍ୟବସାୟ ଅଟେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ, ଏହା ଭାରତର ଅଧାରୁ ଅଧିକ ଆଲୁମିନିୟମ ନିର୍ମାଣ କରିଥାଏ, ଯାହାକି ଆର୍ଥିକ ବର୍ଷ ୨୦୨୩ ରେ ୨.୨୯ ମିଲିଅନ ଟନ୍ । ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦଗୁଡ଼ିକରେ ଏହା ଅଗ୍ରଣୀ ଅଟେ । ବେଦାନ୍ତ ଆଲୁମିନିୟମ ଡ଼ୋ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡ଼ିଜେଏସଆଇ) ୨୦୨୨ ରେ ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ସାରା ବିଶ୍ୱରେ ୨ୟ ସ୍ଥାନ ଅଧିକାର କରିଛି । ଏହା ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ ଅଟେ । ଭାତରରେ ଏହାର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲ୍ଟର, ଆଲୁମିିନା ରିଫାଇନାରୀ ଓ ପାୱାର ପ୍ଲାଂଟ ସହିତ କମ୍ପାନୀ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ଭବିଷ୍ୟତର ଧାତୁ ଭାବରେ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ପୂରଣ କରେ ।