ସୁଯୋଗ ଆଣିଲା ‘ନିଯୁକ୍ତି ମେଳା’: ନିଯୁକ୍ତିପତ୍ର ବାଂଟିଲେ ପ୍ରଧାନମନ୍ତ୍ରୀ

1,520

କନକ ବ୍ୟୁରୋ: ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ବାଂଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧ ଲକ୍ଷରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଂଟିଛନ୍ତି । ଦେଶର ୪୭ଟି ସ୍ଥାନରେ ଏହି ରୋଜଗାର ମେଳା ଆୟୋଜିତ ହୋଇଛି । ଭୁବନେଶ୍ୱରରେ ୩୮୪ ଜଣଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସବୁଠାରୁ ବଡ଼ କଥା ହେଉଛି, ପ୍ରଥମ ଥର ସିଏପିଏଫ୍ ଦ୍ୱାରା ଆୟୋଜିତ ହେଉଥିବା କନଷ୍ଟେବଳ ନିଯୁକ୍ତି ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଂଚଳିକ ଭାଷାରେ ହେବ । ଫଳରେ ନିଜ ଭାବନାକୁ ପରୀକ୍ଷାର୍ଥୀ ଭଲ ଭାବରେ ପ୍ରକାଶ କରିବାକୁ ସମର୍ଥ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରୋଜଗାର ମେଳା ଜରିଆରେ ୧ ଲକ୍ଷରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଧାନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ଏମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳାର ଆୟୋଜନ ହୋଇଥିବା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଡ଼ି ହୋଇ ସମ୍ବୋଧିତ କରିଛନ୍ତି ନରେନ୍ଦ୍ର ମୋଦୀ ।

ଏପଟେ ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ରୋଜଗାର ମେଳାରେ ୩୮୪ ଜଣଙ୍କୁ ନିଯୁକ୍ତି ପତ୍ର ବଂଟିଛନ୍ତି କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ରୋଜଗାର ମେଳା ଭଳି ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ବିଭିନ୍ନ ସରକାରୀ ନିଯୁକ୍ତି ସହ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା ବଢ଼ୁଛି । ଯାହା ଯୁବକଙ୍କୁ ରୋଜଗାର କ୍ଷମ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି, ପ୍ରଥମ ଥର ସିଏପିଏଫ୍ ଦ୍ୱାରା ଆୟୋଜିତ ହେଉଥିବା କନଷ୍ଟେବଳ ନିଯୁକ୍ତି ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଂଚଳିକ ଭାଷାରେ ହେବ । ଫଳରେ ନିଜ ଭାବନାକୁ ପରୀକ୍ଷାର୍ଥୀ ଭଲ ଭାବରେ ପ୍ରକାଶ କରିବାକୁ ସମର୍ଥ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ କେନ୍ଦ୍ରୀୟ ନିଯୁକ୍ତି ପରୀକ୍ଷାରେ ଆଂଚଳିକ ଭାଷାର ବ୍ୟବହାର ଆହୁରୀ ବଢ଼ାଇବାର ଆଶ୍ୟକତା ରହିଛି ବୋଲି କହିଛନ୍ତି, ଛାତ୍ରଛାତ୍ରୀ ତଥା ଶିକ୍ଷାବିତ୍ । ସେହିପରି ଓଡ଼ିଶାରେ ହେଉଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷା କେବଳ ଇଂରାଜୀରେ ହେଉଥିବା ନେଇ ଅସନ୍ତୋଷ ପକାଶ ପାଇଛି । ୧୦ ଲକ୍ଷ ସରକାରୀ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟରେ ୨୦୨୨ ଅକ୍ଟୋବର ମାସରେ ଏହି ରୋଜଗାର ମେଳା ଅଭିଯାନର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।