Tired business man at workplace in office holding his head in hands. Sleepy worker early in the morning after late night work. Overworking making mistake stress termination or depression concept
କନକ ବ୍ୟୁରୋ: ମୋଟା ଅଙ୍କର ବୋନସ୍ ପାଇ ଭାରି ଖୁସି ଥିଲେ କର୍ମଚାରୀ । ହେଲେ ହଠାତ୍ ଏକ ନିର୍ଦ୍ଦେଶନାମା ଜାରି କଲା ସମ୍ପୃକ୍ତ କମ୍ପାନୀ । ଯଥାଶୀଘ୍ର ବୋନସ୍ ଟଙ୍କା ଫେରାଇବାକୁ କହିଲା । ନଚେତ୍ କର୍ମଚାରୀଙ୍କ ଦରମା କଟାଯିବ ବୋଲି କଡା ନିର୍ଦ୍ଦେଶ ଜାରି ହେଲା ।
କୌଣସି କର୍ମଚାରୀ ବୋନସ୍ ପାଇବାକୁ ଭାରି ଉତ୍ସାହୀ ହୋଇ ରହିଥାନ୍ତି । କିନ୍ତୁ ଟିକେ ଚିନ୍ତା କଲେ, ଯଦି ପ୍ରଥମେ ବୋନସ୍ ମିଳିବ ହେଲେ ତା’ ପରେ ତାଙ୍କୁ ବୋନସ୍ ଟଙ୍କା ଫେରାଇବାକୁ କୁହାଯିବ । ଏହି ଦୁର୍ଦ୍ଦଶା ଭୋଗିବାକୁ ପଡିଛି ଜାପାନି ଅଟୋମେକର୍ କମ୍ପାନୀ ହୋଣ୍ଡାର କର୍ମଚାରୀଙ୍କୁ । ପ୍ରଥମେ କର୍ମଚାରୀଙ୍କୁ ବୋନସ୍ ଦେଇ ଖୁସି କରିଦେଲା କମ୍ପାନୀ ହେଲେ ତା ପରେ ଟଙ୍କା ଫେରାଇବାକୁ କହିଲା । ହେଲେ କ’ଣ ରହିଛି ପୁରା ମାମଲା?
ପ୍ରକୃତ କଥା ହେଉଛି କମ୍ପାନୀ କର୍ମଚାରୀଙ୍କୁ ନିର୍ଦ୍ଧାରିତ ବୋନସ୍ ଠାରୁ ଅଧିକ ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଦେଇଥିଲା । ଟ୍ରାଞ୍ଜାକ୍ସନ ହେବା ପରେ କମ୍ପାନୀ କର୍ମଚାରୀଙ୍କୁ ଏ ବାବଦରେ ଅବଗତ କରାଇବା ସହ ଓଭରପେଡ୍ ଟଙ୍କାକୁ ଯଥାଶୀଘ୍ର ଫେରାଇବାକୁ ନିର୍ଦ୍ଦେଶ ଦେଇଛି ।
Follow Us