କରୋନା କାଳରେ ଉଠାଇବାକୁ ଚାହୁଁଛନ୍ତି କି ଇପିଏଫ୍ ଟଙ୍କା ? ନା ଦୌଡିବାକୁ ପଡିବ ଅଫିସ ନା ହିଁ ହେବାକୁ ପଡିବ ଖର୍ଚ୍ଚାନ୍ତ…ଘରେ ବସି ନିଜ ମୋବାଇଲ ଫୋନରୁ କରିପାରିବେ ୱିଥଡ୍ର ! ମାତ୍ର ୨ମିନିଟରେ ଆପଣଙ୍କ ବ୍ୟାଙ୍କା ଖାତାରେ ଜମା ହୋଇଯିବ ପିଏଫ ପଇସା ?

1,045

କନକ ବ୍ୟୁରୋ: କରୋନା ମହାମାରୀ କାରଣରୁ ଯଦି ଆପଣ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ତେବେ ଆପଣ ବି ଆପଣଙ୍କ ଇପିଏଫ ଖାତାରୁ ଟଙ୍କା ଉଠାଇପାରିବେ । ବଡ କଥା ହେଉଛି ଏଥିପାଇଁ ଆପଣଙ୍କୁ କୌଣସି ଅଫିସର ଚକ୍କର କାଟିବାକୁ ପଡିବନି ନା ହିଁ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିବ ବରଂ ଏହି କାମ ଆପଣ ଆପଣଙ୍କ ଘରେ ବସି ନିଜ ମୋବାଇଲ ଫୋନରୁ ମାତ୍ର ୨ ମିନିଟରେ କରିପାରିବେ ।

• ସର୍ବପ୍ରଥମେ ନିଜ ମୋବାଇଲ ଫୋନରେ UMANG ଆପକୁ ଡାଉନଲୋଡ କରନ୍ତୁ ।

• ଇନଷ୍ଟଲ ହେବା ପରେ ଆପଟିକୁ ଓପନ କରି ଇପିଏଫଓ ସର୍ଚ୍ଚ କରନ୍ତୁ ।

• ଏହାପରେ ଏଠାରେ ନଜର ଆସୁଥିବା  ‘Employee Centric’ ‘ ବିକଳ୍ପ ଚୟନ କରନ୍ତୁ ।

• ଏହାପରେ ‘Raise Claim’  ଅପସନ ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ଏଠାରେ ଆପଣ ଆପଣଙ୍କର EPF UAN  ନମ୍ବର ଦିଅନ୍ତୁ ।

• UAN ନମ୍ବର ଦେବା କ୍ଷଣି ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ, ତାକୁ ଏଠାରେ ଦିଅନ୍ତୁ

• ଏହାପରେ withdrawal Typeକୁ ଚୟନ କରନ୍ତୁ ଏବଂ ଆମାଉଂଟ ଦେଇ ସବମିଟ୍ କରନ୍ତୁ

• ଆପଣଙ୍କ ନିକଟକୁ ଏକ କ୍ଲେମ ରେଫରେନ୍ସ ନମ୍ବର ଆସିବ ଆଉ ଏହାକୁ ନିଜ ପାଖରେ ସମ୍ଭାଳିକି ରଖନ୍ତୁ

• CRN ଜରିଆରେ ଆପଣ ଆପଣଙ୍କ କ୍ଲେମର ଷ୍ଟାଟସ ଚେକ୍ କରିପାରିବେ
ତେବେ ଏହି ସବୁ ପ୍ରକିୟା କରିବା ପରେ ମାତ୍ର ୧୦ ଦିନିଆ କାର୍ଯ୍ୟଦିବସ ମଧ୍ୟରେ ଇପିଏଫ୍ ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯିବ ।

୭୫ ପ୍ରତିଶତ ଉଠାଣ ପାଇଁ ଅନୁମତି

ଇପିଏଫ ପକ୍ଷରୁ କରୋନା ସଂକଟକୁ ନଜରର ରଖି ପାଖାପାଖି ୮ କୋଟି ଇପିଏଫ ଖାତାଧାରକଙ୍କୁ ଆଶ୍ୱସ୍ତି ଦେଇଛି । ତେବେ ଇପିଏଫ ଖାତାଧାରକ ସେମାନଙ୍କ ଜମା ଟଙ୍କା ଉପରେ ଆଡଭାନ୍ସ ଟଙ୍କା ଉଠାଇ ପାରିବେ ବୋଲି ଅଫିସ ପକ୍ଷରୁ ଅନୁମତି ଦିଆଯାଇଛି । ଏପରିକି ଇପିଏଫଓ ମଧ୍ୟ ଏଥିପାଇଁ ଇପିଏଫ ସ୍କିମ-୧୯୫୨ରେ ପରିବର୍ତ୍ତନ ଆଣି କହିଛି ଯେ, କର୍ମଚାରୀ ନିଜ ଖାତାରେ ଜମା ଟଙ୍କାର ୭୫ ପ୍ରତିଶତ ତଥା ୩ ମାସର ଦରମାର ବରାବର ରକମ ଉଠାଇପାରିବେ । ଆଉ ଏହି ଟଙ୍କାକୁ କର୍ମଚାରୀ ନିଜ ଆବଶ୍ୟକତା ପାଇଂଁ ବ୍ୟବହାର ମଧ୍ୟ କରିପାରିବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଟଙ୍କାକୁ କର୍ମଚାରୀଙ୍କୁ ଆଉ ପୁନର୍ବାର ଜମା କରିବାକୁ ପଡିବ ନାହିଁ ।