କନକ ବ୍ୟୁରୋ : କାମ ବନ୍ଦ କରି ରାଜରାସ୍ତାରେ ବିଦ୍ୟୁତ ବିଭାଗ କର୍ମଚାରୀ । ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ । ଲୋୟର ପିଏମଜିରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ସଂଘର ହଜାର ହଜାର କର୍ମୀ ମାନେ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ଦାବି ନଶୁଣିଲେ ୪୦ହଜାର ବିଦ୍ୟୁୁତ କର୍ମଚାରୀ ଏବଂ ପରିବାରବର୍ଗ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରି ସରକାରଙ୍କୁ ଉଚିତ ଜବାବ ଦେବାକୁ ଚେତାବନୀ ଦେଇଛନ୍ତି । ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି।

Advertisment