କନକ ବ୍ୟୁରୋ: ମାଲିକର ବିଶ୍ୱାସରେ ବିଷ ଦେଲା କର୍ମଚାରୀ । ହୋଟେଲ କ୍ୟାସ ବାକ୍ସରୁ ପ୍ରାୟ ୪୪ ହଜାର ଟଙ୍କା ହୋଟେଲ କର୍ମଚାରୀ ଚୋରି କରିଥିବା ଅଭିଯୋଗ । କ୍ୟାସ ବକ୍ସରୁ କର୍ମଚାରୀ ଜଣକ ଟଙ୍କା ଚୋରି କରୁଥିବା ସିସିଟିଭିରେ କଏଦ ହୋଇଛି। ମାଲିକ ହୋଟେଲରେ ନଥିବା ସମୟରେ ହୋଟେଲ କର୍ମଚାରୀ କ୍ୟାସ ବାକ୍ସରୁ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି । ଏନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ଖଲିକୋଟ ବଜାରରେ ଥିବା ହୋଟେଲ ଲେଙ୍କାର ମାଲିକ ପିଙ୍କୁ ଲେଙ୍କା।
ପୋଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଯାଞ୍ଚରୁ ଜଣା ପଡିଛି ହୋଟେଲରେ କାମ କରୂଥିବା ଜଣେ କର୍ମଚାରୀ ଚୋରି କରିଛି । ଅଭିଯୋଗ ଅନୁସାରେ ହୋଟେଲ ମାଲିକ ପିଙ୍କୁ ଲେଙ୍କା ନିଜ ସାଙ୍ଗ ବାହାଘରରେ ଯୋଗଦେବା ପାଇଁ କର୍ମଚାରୀଙ୍କୁ ଭରସା କରି ହୋଟେଲ ଛାଡି ଯାଇଥିଲେ। ଗଲା ବେଳେ କ୍ୟାସ ବାକ୍ସରେ ୩୩ ହଜାର ଟଙ୍କା ରଖି ଯାଇଥିଲେ । ବାହାଘରରେ ଯୋଗ ଦେଇ ଦୁଇଦିନ ପରେ ଫେରିବା ପରେ ଦେଖିଲେ କ୍ୟାସ ବକ୍ସ ଖାଲି। ୩୩ ହଜାର ଓ ଦୁଇ ଦିନର ବେପାର ହିସବ ମିଶାଇ କ୍ୟାସ ବକ୍ସରେ ୪୪ ହଜାର ଟଙ୍କା ରହିବା କଥା । କିନ୍ତୁ ଖାଲିଥିବାରୁ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ହୋଟେଲର ସିସିଟିଭି ଯାଞ୍ଚ କରିବା ପରେ ହୋଟେଲ କର୍ମଚାରୀ ଚୋରି କରିଥିବା ଜଣାପଡିଛି । ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ।