ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଭାବୁକ ହେଲେ ରାହୁଲ ଓ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଟ୍ୱିଟ୍, ମୋ ପିତା ମୋ ପାଇଁ ହିରୋ, ସମ୍ମାନ ଦେବା ଓ ଭଲପାଇବା ବାପାଙ୍କଠୁ ଶିଖିଛି କହିଲେ ରାହୁଲ ।

355

କନକ ବ୍ୟୁରୋ : ଭାବୁକ ହେଲେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ଶ୍ରାଦ୍ଧ ଦିବସରେ ତାଙ୍କ ଉଦ୍ଦେଶ୍ୟରେ କିଛି ଲେଖା ସେୟାର କରି ମନ କଥା କହିଛନ୍ତି ଭାଇ ରାହୁଲ ଓ ଭଉଣୀ ପ୍ରିୟଙ୍କା । ଦିଲ୍ଲୀ ବୀରଭୁମିରେ ରାଜୀବଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ଅନେକ ବରିଷ୍ଠ ନେତା ।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ତାଙ୍କର ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାଙ୍କ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ସହ ୟୁପିଏ ଅଧ୍ୟକ୍ଷା ତଥା ମାଆ ସୋନିଆ ଗାନ୍ଧୀ ଓ କଂଗ୍ରେସର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ ।

ଏକ ଟ୍ଵିଟ୍ ଜରିଆରେ ରାହୁଲ ତାଙ୍କ ବାପାଙ୍କୁ ମନେ ପକାଇଛନ୍ତି । ରାହୁଲ କହିଛନ୍ତି କି ସେ ତାଙ୍କ ବାପାଙ୍କ ପାଖରୁ ହିଁ କ୍ଷମାଶୀଳ ସ୍ୱଭାବ ଆଣିଛନ୍ତି । କାହାକୁ ଘୃଣା ନ କରିବା ପାଇଁ ସେ ବାପାଙ୍କ ନିକଟରୁ ହିଁ ଶିଖିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି, ସମ୍ମାନ ଦେବା ଓ ଭଲପାଇବା ବାପାଙ୍କଠାରୁ ଶିଖିଛି ।

ସେ ଲେଖିଛନ୍ତି, ‘ମୋ ବାପା ଜଣେ ଭଦ୍ର, ସ୍ନେହୀ ଓ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲେ। ସମସ୍ତଙ୍କୁ ଭଲପାଇବା ଓ ସମ୍ମାନ ଦେବାକୁ ସେ ମୋତେ ଶିକ୍ଷା ଦେଇଛନ୍ତି । କାହାକୁ ଘୃଣା ନ କରିବାକୁ ଓ ସମସ୍ତଙ୍କୁ କ୍ଷମା କରିବାକୁ ସେ ମୋତେ ଶିଖାଇଛନ୍ତି। ମୁଁ ତାଙ୍କୁ ଖୁବ୍ ମନେ ପକାଉଛି । ଆଜି ତାଙ୍କ ମୃତ୍ୟୁ ବାର୍ଷିକୀରେ ମୁଁ ମୋ ବାପା ଓ ତାଙ୍କ ଭଲପାଇବାକୁ ଝୁରୁଛି ।’