ଚିରନିଦ୍ରାରେ ଚିତ୍ତ: ବର୍ଷୀୟାନ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

ଚିରନିଦ୍ରାରେ ଚିତ୍ତ: ବର୍ଷୀୟାନ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

କନକ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ନାମ, ପ୍ରଥିତଯଥା କଣ୍ଠଶିଳ୍ପୀ ଚିତ୍ତଜେନା ଆଉ ନାହାଁନ୍ତି । ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ଜେନା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ସକାଳୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା।

publive-image

ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ପୂଜା କାହିଁ ପୂଜା, ରୁପ ହୋଇଥିବା ଲବଣ୍ୟବତୀ,ଉଡ଼ିଗଲେ ଗେଣ୍ଡାଳିଆ , ଏ ପରବତ କୁଞ୍ଚିକୁଞ୍ଚିକା ଆଦି ଶହଶହ ଲୋକପ୍ରୀୟ ସଙ୍ଗୀତକୁ ନିଜର ଯାଦୁକରୀ କଣ୍ଠରେ ତୋଳି ଧରିବା ସହିତ ହଜାର ହଜାର ଓଡ଼ିଆଙ୍କ ମନପ୍ରାଣକୁ ସମ୍ମୋହିତ କରି ରଖିଥିବା କଣ୍ଠଶିଳ୍ପୀ ଚିତ୍ତଜେନାଙ୍କ ପରାଲୋକରେ ଓଡ଼ିଶା ସଙ୍ଗୀତ ଜଗତର ଅପୁରଣୀୟ କ୍ଷତି ଘଟିଲା ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe