କନକ ବ୍ୟୁରୋ: ସମ୍ବାଦ ଆମ ଓଡିଶା ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ସମ୍ବାଦର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମାତୃଭୂମି ଓ ମାତୃଭାଷା ନେଇ ନିଜ ମତ ରଖିଥିଲେ । ଓଡ଼ିଆ ଭାଷା ହେଉଛି ଆମ ପରିଚୟ । ସମସ୍ତେ ମିଶି ଭାଷା ସାହିତ୍ୟକୁ ଆଗକୁ ନେଇ ପାରିଲେ ସ୍ୱଭାବ କବିଙ୍କ ପ୍ରତି ଉଚିତ୍ ସମ୍ମାନ ହୋଇପାରିବ ବୋଲି କହିଥିଲେ । ଓଡ଼ିଆ ଭାଷା ଆମ ପରିଚୟ ସମ୍ବାଦର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ କବିଙ୍କ ଜନ୍ମମାଟି ବରପାଲିଠାରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ ।