ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର । ଜଟଣୀ ସ୍ଥିତ ଘରେ ବସିଥିବା ବେଳେ ହୃଦଘାତରେ ଟଳି ପଡ଼ିଲେ ରାଜୁ । ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

Advertisment
ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର । ଜଟଣୀ ସ୍ଥିତ ଘରେ ବସିଥିବା ବେଳେ ହୃଦଘାତରେ ଟଳି ପଡ଼ିଲେ ରାଜୁ । ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

କନକ ବ୍ୟୁରୋ: ପରଲୋକରେ ରାଜୁ ମିଶ୍ର । ବରିଷ୍ଠ ଓଡିଆ ସିନେମା ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଦେହାନ୍ତ । ତେବେ ଘରେ ବସି ଥିବାବେଳେ ହୃଦ୍‌ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର। ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ଓଲିଉଡର ଜଣେ ଅଲ୍‌ରାଉଣ୍ଡର ଥିଲେ ରାଜୁ ମିଶ୍ର। ସେ ଏକାଧାରରେ ଜଣେ ନିର୍ଦେଶକ, ଅଭିନେତା, ସିନେମାଟୋଗ୍ରାଫର୍, ଚିତ୍ରନାଟ୍ୟକାର, ସଂଳାପ ଲେଖକ, କାହାଣୀକାରଏବଂ ସଙ୍ଗୀତକାର ଥିଲେ। ଯଦିଓ ରାଜୁ ମିଶ୍ର ନାମରେ ସେ ଦର୍ଶକ ଓ ସିନେ-ପରିସରରେ ପରିଚିତ ଥିଲେ କିନ୍ତୁ ତାଙ୍କର ପ୍ରକୃତ ନାମ ରାଜଗୋପାଳ ମିଶ୍ର।
ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସିନେମାଟୋଗ୍ରାଫିରେ ଡିପ୍ଲୋାମା ହାସଲ କରିବା ପରେ ରାଜୁ ମିଶ୍ର ସିନେ ଜଗତରେ ପ୍ରବେଶ କରିଥିଲେ। ସେ ପ୍ରଥମେ ସଙ୍ଗୀତକାର ଓ ସିନେମାଟୋଗ୍ରାଫର୍ ଭାବେ କାର୍ଯ୍ୟ କରିଥିଲେ। ହେଲେ ପରେ ସେ ନିର୍ଦେଶନା କ୍ଷେତ୍ରକୁ ଆସିଥିଲେ। ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ଜୋର ଯାର ମୁଲକ ତାର’, ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ଆସୁଚି ମୋ କାଳିଆସୁନା’, ‘ପଥର ଖସୁଛି ବଡ଼ ଦେଉଳୁ’, ‘ସାଗର ଗଙ୍ଗା’, ‘ରୂପା ଗାଁର ସୁନାକନିଆଁ’, ‘ଲକ୍ଷ୍ମୀର ଅଭିସାର’, ‘ସିଂହବାହିନୀ’,‘ହରି ଭାଇ ହାରେନା’, ଏବଂ ‘ଜୀବନ ମୃତ୍ୟୁ’ । ତାଙ୍କୁ ରାଜ୍ୟ ସରକାର ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe