କନକ ବ୍ୟୁରୋ: ଆରପାରିରେ ଅନୀତା ଦାସ । ଓଲିଉଡର ବିଶିଷ୍ଟ ଅଭିନେତ୍ରୀ ତଥା ଓଡିଆ ଚଳଚ୍ଚିତ୍ର ଜଗତର ମାଆ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅନୀତା ଦାସଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ଶହେରୁ ଅଧିକ ଫିଲ୍ମ, ଭଜନ ଓ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ଆଦର ପାଇଛନ୍ତି ସେ । ଶିଶୁ କଳାକାର ଓ ଲିଡ୍ ଅଭିନେତ୍ରୀ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି ତାଙ୍କୁ । ହେଲେ ପରଦାରେ ମାଆର ନିଖୁଣ ଅଭିନୟ ତାଙ୍କୁ ସର୍ବଦା ଜୀବନ୍ତ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନୀତା ଦାସଙ୍କ ଅଭିନୟର ତାଲିକା
୧. ଯାଯାବର, ଭକ୍ତ ସାଲବେଗ, ତପସ୍ୟା, ଗଢ଼ି ଜାଣିଲେ ଘର ସୁନ୍ଦର, ଅଗ୍ନିପରୀକ୍ଷା, କୃଷ୍ଣସୁଦାମା, ଲକ୍ଷ୍ମୀପ୍ରତିମା, ସ୍ୱପ୍ନସାଗର, ରାମବଳରାମ, ଆରତୀ, ଓମ ନମଃ ଶିବାୟ, ଡନ୍, ସ୍ୱୟଂସିଦ୍ଧା, ଆମ ଭିତରେ କିଛି ଅଛି ଓ ବାହୁଡ଼ିବେ ମୋ ଜଗାବଳିଆ ପରି ଅନେକ ସଫଳ ଫିଲ୍ମରେ ସେ ଅଭିନୟ କରିଥିଲେ ।
୨. ଅନ୍ୟ ଆଂଚଳିକ ଭାଷାରେ ମଧ୍ୟ ଅନୀତା ଦାସଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଛି ।
୩. ରାଜ୍ୟ ସରକାରଙ୍କ ତରଫରୁ ସେ ତିନିଥର ପୁରସ୍କୃତ ହୋଇଥିବା ବେଳେ ଅନେକ ବେସରକାରୀ ସଙ୍ଗଠନ ତାଙ୍କୁ ପୁରସ୍କୃତ କରିଛି ।
ଶହେରୁ ଅଧିକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅନୀତା ଦାସ ଛୋଟ ପରଦା ଓ ଭଜନ ଆଲବମରେ ମଧ୍ୟ ନିଜ ଅଭିନୟର ଯାଦୁଗରୀ ଦେଖାଇଛନ୍ତି । ଯାଯାବର, ଭକ୍ତ ସାଲବେଗ, ତପସ୍ୟା, ଗଢ଼ି ଜାଣିଲେ ଘର ସୁନ୍ଦର, ଅଗ୍ନିପରୀକ୍ଷା, କୃଷ୍ଣସୁଦାମା, ଲକ୍ଷ୍ମୀପ୍ରତିମା, ସ୍ୱପ୍ନସାଗର, ରାମବଳରାମ, ଆରତୀ, ଓମ ନମଃ ଶିବାୟ, ଡନ୍, ସ୍ୱୟଂସିଦ୍ଧା, ଆମ ଭିତରେ କିଛି ଅଛି ଓ ବାହୁଡ଼ିବେ ମୋ ଜଗାବଳିଆ ପରି ଅନେକ ସଫଳ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ ।
ଶିଶୁ କଳାକାରରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ । ପରେ ବିଭିନ୍ନ ଚିତ୍ର ଓ ଚରିତ୍ରରେ ନଜର ଆସନ୍ତି ଓଲିଉଡର ଏହି ପରିଚିତ କଳାକାର । ସମୟ କ୍ରମେ ଚରିତ୍ର ଅଭିନୟକୁ ଆପଣାଇଥିବା ଅନୀତାଙ୍କୁ ଦର୍ଶକ ମା’ ଭୂମିକାରେ ସବୁଠୁ ଅଧିକ ଗ୍ରହଣ କରନ୍ତି । କ୍ରମେ ଭଜନ ଆଲବମ୍ ଓ ଛୋଟ ପରଦାରେ ତାଙ୍କୁ ଦେଖିବାକୁ ମିଳେ । ଆଜି ପରପାରିରେ ଓଲିଉଡର ଏହି ପ୍ରିୟ କଳାକାର ତଥାପି ସେ ଅମର ତାଙ୍କ ଅଭିନୟର ଯାଦୁଗରିରେ ।