ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ୮୪ ବର୍ଷ ବୟସରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଦେହାନ୍ତ; ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ

176

କନକ ବ୍ୟୁରୋ :ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଅସୁସ୍ଥତା କାରଣରୁ ତାଙ୍କୁ ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ତାଙ୍କୁ ନିମୋନିଆ ହୋଇଥିଲା । ତାଙ୍କ କିଡନୀ ବି କାମ କରୁନଥିଲା । ଶାନ୍ତନୁ ମହାପାତ୍ର ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଛି । ଦୀର୍ଘ ୬୦ ବର୍ଷ ଧରି ସେ ଓଡିଆ ସଙ୍ଗୀତ ଜଗତ ସହ ଜଡିତ ଥିଲେ । ବଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଜନ୍ମ ବାରିପଦାରେ ହୋଇଥିଲା । ସେ ଆଇଆଇଟି ଖଡଗପୁରର ଛାତ୍ର ଥିଲେ । ଖଣି ଓ ଭୂତତ୍ୱ ବିଭାଗର ନିର୍ଦ୍ଦେଶକ ଭାବରେ କାମ କରି ୧୯୯୪ ମସିହାରେ ସେ ଅବସର ନେଇଥଇଲେ ।

ସେ ଶହେରୁ ଅଧିକ ଆଧୁନିକ ଗୀତରେ ସଙ୍ଗତ ନିର୍ଦ୍ଦେଶନା ଦେଇଛନ୍ତି । ଅନେକ ଓଡିଆ ଓ ବଙ୍ଗଳା ଫିଲ୍ମରେ ଶାନ୍ତନୁ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଓଡିଆ, ହିନ୍ଦୀ, ବଙ୍ଗାଳୀ. ଅହମିଆ ଓ ତେଲୁଗୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ଶାନ୍ତନୁ ମହାପାତ୍ର ହେଉଛନ୍ତି ପ୍ରଥମ ଓଡିଆ ତାଙ୍କ ନିର୍ଦ୍ଦେଶନାରେ ଲତା ମଙ୍ଗେସକର ଓ ମହମ୍ମଦ ରଫି ଓଡିଆ ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ । ମହମ୍ମଦ ରଫି ଗାଇଥିବା ପ୍ରସିଦ୍ଧ ଓଡିଆ ଗୀତ ମୟୁରୀ ଗୋ ତୁମେର ସେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ । ତାଙ୍କର ପ୍ରମୁଖ ଫିଲ୍ମଗୁଡିକ ହେଲା, ଚିଲିକା ତୀରେ, ପ୍ରିୟତମା, ଅଗ୍ନିପରୀକ୍ଷା, ମେଘମୁକ୍ତି ଓ ଶୀତରାତି ।