କନକ ବ୍ୟୁରୋ : ପୂରଣ ହୋଇପାରିବନି କବିଙ୍କ ଶେଷ ଇଚ୍ଛା । କଟକ ଖାନନଗର ଇଲେକ୍ଟ୍ରିକ୍ ଚୁଲାରେ ଶେଷ କୃତ୍ୟୁ ହେବ ବୋଲି ଜୟନ୍ତ ମହାପାତ୍ର ଇଚ୍ଛା ରଖିଥିଲେ । ଏବେ କିନ୍ତୁ ଏହା ଅଚଳ ରହିଛି । ତେଣୁ ପରିବାର ଲୋକଙ୍କ ସୂଚନା ଅନୁଯାୟୀ ପାରମ୍ପରିକ ଭାବେ ଶେଷକୃତ୍ୟ ସମ୍ପନ୍ନ ହେବ ।

Advertisment

ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଗତକାଲି ରାତି ୯ଟାରେ ତାଙ୍କର ଦେହାନ୍ତ ହୋଇଛି । କବି ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ । କିଛି ଦିନ ହେଲା ଏସସିବିର ଆସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ସ୍ୱାସ୍ଥ୍ୟବସ୍ଥାରେ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ଅଗଷ୍ଟ ୪ ତାରିଖରେ ଜୟନ୍ତ ମହାପାତ୍ର ଅସୁସ୍ଥ ହୋଇପଡିବାରୁ କଟକ ବଡ ମେଡିକାଲକୁ ଅଣାଯାଇଥିଲା ।

ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ବେଳେ ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଉଭୟ ଓଡିଆ ଇଂରାଜୀରେ କବିତା ସଂକଳନ ସହ ଗପ ବହି, ଆତ୍ମଜିବନୀ ପାହିନି ରାତି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉକ୍ରଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନୀତି କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ମର ଶରୀରକୁ କଟକ ତିନିକୋଣିଆ ବଗିଚା ସ୍ଥିତ ବାସଭବନକୁ ନିଆଯାଇଛି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।