କନକ ବ୍ୟୁରୋ : ଋଷ ଆକ୍ରମଣକୁ ନେଇ ବଢୁଥିବା ବିପଦକୁ ନଜରରେ ରଖି ୟୁକ୍ରେନ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଏହାକୁ ଦେଶର ସୁରକ୍ଷା ପରିଷଦ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ୟୁକ୍ରେନର ଶୀର୍ଷ ଅଧିକାରୀ କହିଥିଲେ କି ଡୋନାସ୍କୋ ଓ ଲୁହାନସ୍କୋ ବ୍ୟତୀତ ଦେଶର ସମସ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବ । ୟୁକ୍ରେନର ଶୀର୍ଷ ସୁରକ୍ଷା ଅଧିକାରୀ କହିଛନ୍ତି କି ଦେଶରେ ୩୦ ଦିନ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ ରହିବ । ୩୦ ଦିନ ପରେ ସ୍ଥିତିର ସମୀକ୍ଷା କରି ଏହାକୁ ସମାପ୍ତ କିମ୍ବା ବୃଦ୍ଧି କରାଯାଇପାରିବ ।
କହିରଖୁ କି ସୋମବାର ଦିନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପୂର୍ବ ୟୁକ୍ରେନର ବିଚ୍ଛିନ୍ନାଞ୍ଚଳ ଡୋନାସ୍କୋ ଓ ଲୁହାନସ୍କୋ ପିପୁଲ ରିପବ୍ଲିକକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲେ । ଏନେଇ ପୁତିନ କହିଥିଲେ କି ଋଷ ସେନା ପୂର୍ବ ୟୁରୋପରେ ରହି ବିଚ୍ଛିନ୍ନାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ କାମ କରିବେ । ପୁତିନଙ୍କର ଏହି ଘୋଷଣା ପରେ ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିଥିଲା ।
ଋଷର ଏଭଳି ନିଷ୍ପତ୍ତି ପରେ ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ । ଏହି କ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଆର୍ଥିକ ସଂସ୍ଥା, ବିଇବି ଓ ଋଷ ମିଲିଟାରୀ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ ।
ଅନ୍ୟପଟେ ଜର୍ମାନୀ ତରଫରୁ ଋଷ ନିର୍ମାଣ କରୁଥିବା ଗ୍ୟାସ ପାଇପଲାଇନ ପ୍ରକ୍ରିୟାକୁ ଅଟକାଇବାକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ଏହାସହ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଙ୍ଗଳବାର ଦିନ ୫ଟି ଋଷ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/35-14.jpg)