ସାଧାରଣ ନିର୍ବାଚନ ସମୟରେ ଭାରତ ଉପରକୁ ଆକ୍ରମଣ ପାଇଁ ଯୋଜନା ଚଲାଇଛି ପାକ୍ ! ଗୁଇନ୍ଦା ରିପୋର୍ଟରୁ ହେଲା ଖୁଲାସା ।

221

ଯେଉଁ ସମୟରେ ଭାରତରେ ସାଧାରଣ ନିର୍ବାଚନ ଚାଲିଥିବ ସେହି ସମୟରେ ପଡୋଶୀ ଦେଶ ପାକିସ୍ତାନ ତରଫରୁ ଏକ ବଡ ଯୁଦ୍ଧ ହୋଇପାରେ । ଏହି ଇଣ୍ଟେଲିଜେନ୍ସ ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକ ଡକାଇ ଏ ଉପରେ ଚର୍ଚ୍ଚା କରିଛନ୍ତି । ଏକ ଗଣମାଧ୍ୟମକୁ କିଛି ସିକ୍ରେଟ୍ ଦସ୍ତାବିଜ୍ ମିଳିଛି ଯାହାକୁ ଦେଶର ତିନି ଗୁଇନ୍ଦା ଏଜେନ୍ସୀ ତଥା ର’ ଇଣ୍ଟେଲିଜେନ୍ସ ବ୍ୟୁରୋ ପ୍ରସ୍ତୁତ କରିଛନ୍ତି । ଏହି ତିନୋଟି ଏଜେନ୍ସୀ ନିଜର ଅଲଗା ଅଲଗା ରିପୋର୍ଟ ଏହି ବୈଠକରେ ସରକାରଙ୍କ ସାମ୍ନାରେ ରଖିଥିଲେ । ତିନୋଟି ରିପୋର୍ଟରେ ଗୋଟିଏ କଥା ଜଣାପଡୁଛି କି ପାକ୍ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଛି । ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ଯେଉଁ ସମୟରେ ସାଧାରଣ ନିର୍ବାଚନ ଚାଲିଥିବ ସେହି ସମୟରେ ପାକ୍ ଯୁଦ୍ଧ କରିବା ପାଇଁ ପୁରା ପ୍ଲାନିଙ୍ଗ୍ କରିଛି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ୍ , ବାୟୁସେନା ମୁଖ୍ୟ ବି.ଏସ୍ .ସୁନୀଲ୍ ଲାମ୍ବା ଏବଂ ଦେଶର ରାଷ୍ଟ୍ର ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ବୈଠକରେ ବସିଥିଲେ । ଏହି ରିପୋର୍ଟ ଏବେ ସୁରକ୍ଷା ଏଜେନ୍ସୀଙ୍କ ଚିନ୍ତା ବଢାଇଯାଇଛି ।

ଗୁଇନ୍ଦା ରିପୋର୍ଟ ଅନୁସାରେ ଯୁଦ୍ଧ ପାଇଁ ପାକ୍ ଆର୍ମି ନିଜ ଦେଶର ସରକାରଙ୍କ କଥା ଶୁଣିବାକୁ ମଧ୍ୟ ରାଜି ନାହାନ୍ତି । ଏ କଥା ସାରା ଦୁନିଆ ଜାଣିଛି କି ପାକ୍ ର ସରକାର କେବଳ ନାମକୁ ମାତ୍ର ଅସଲି ଶାସନର ଭାର ରହିଛି ପାକ୍ ଆର୍ମି ହାତରେ । ପାକ୍ ଆର୍ମି ମୁଖ୍ୟ ଜେନେରାଲ୍ କମର ଜାବେଦ୍ ବାଜବା ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ବଦଳରେ ଜୈସ୍ ମୁଖ୍ୟ ମସୁଦ୍ ଅଜହର ସହ ମିଟିଙ୍ଗ୍ କରିଥାଏ । ତେବେ ପାକ୍ ମୁଣ୍ଡ ଉପରେ ଭାରତ ବିପକ୍ଷରେ ଯୁଦ୍ଧ କରିବାର ଭୂତ କାହିଁକି ଚଢିଛି ଏହାର ତିନୋଟି କାରଣ ଥାଇପାରେ । ପ୍ରଥମ , ପାକ୍ ସେନା ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ କଥା ଶୁଣିବାକୁ ନାରାଜ୍ । ଦ୍ୱିତୀୟ ,ଜୈସ୍ ମୁଖ୍ୟ ମସୁଦ୍ ଅଜହରର ‘ଅପରେସନ୍ କାଶ୍ମୀର’ ଫ୍ଲପ୍ ହୋଇଯାଇଛି । ଯେଉଁ ଆତଙ୍କବାଦୀକୁ ସେ ପ୍ରସ୍ତୁତ କରିଥିଲା ସେମାନେ ଭାରତର ଏୟାରଷ୍ଟ୍ରାଇକ୍ ରେ ଶ୍ମଶାନ ପହଞ୍ôଚଯାଇଛନ୍ତି । ଏହି କାରଣରୁ ମସୁଦ୍ ପାକ୍ ଆର୍ମି ପଛରେ ଲୁଚି ଭାରତ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି । ତୃତୀୟ , ଆଇଏସ୍ ଏବଂ ଜୈସ୍ – ଏ- ମହମ୍ମଦ ଭିତରେ ଚାଲିଥିବା କନ୍ଦଳ ଭିତରେ ଆଇଏସ୍ ଚାହୁଁଛି ଯେ ‘ଅପରେସନ୍ କାଶ୍ମୀର’ ର ଦାୟିତ୍ୱ ତାକୁ ମିଳୁ । କିନ୍ତୁ ମସୁଦ୍ କୁ ଏହି କଥାର ଡର ଲାଗିରହିଛି କି ଯଦି ‘ଅପରେସନ୍ କାଶ୍ମୀର’ ରୁ ତାକୁ ବାହାର କରାଯାଏ ତେବେ ପାକ୍ ମସୁଦ୍ କୁ ଆଉ କୌଣସି କଥାରେ ଗୁରୁତ୍ୱ ଦେବନାହିଁ । ତେବେ ଭାରତ ମଧ୍ୟ ସବୁ କ୍ଷେତ୍ରରେ ପାକ୍ କୁ ଉଚିତ୍ ଜବାବ୍ ଦେବା ପାଇଁ ପ୍ରସ୍ତୁତ ଥିବା କଥା କହୁଛି ।