କନକ ବ୍ୟୁରୋ : ହାଡଭଙ୍ଗା ଶୀତ ଏବେ ଦିଲ୍ଲୀବାସୀଙ୍କ ପାଇଁ କାଳ ସାଜିଛି । ନୂଆବର୍ଷ ଆରମ୍ଭରୁ ହିଁ ଦିଲ୍ଲୀବାସୀଙ୍କ ପାଇଁ ବଡ ସମସ୍ୟା ଆଣିଛି ଥଣ୍ଡା । ଥଣ୍ଡା ଓ ଶୀତ ଯୋଗୁଁ ରାଜଧାନୀ ଦିଲ୍ଲୀରେ ରେ ବୃଦ୍ଧି ପାଉଛି ହୃଦଘାତ, ବ୍ରେନଷ୍ଟ୍ରୋକ ଓ ହାଇବ୍ଲଡପେସର ଭଳି ଅନେକ ଘାତକ ସମସ୍ୟା । ଗତ ୨୩ ବର୍ଷ ମଧ୍ୟରେ ଚଳିତବର୍ଷ ଦିଲ୍ଲୀରେ ସବୁଠୁ ଅଧିକ ଥଣ୍ଡା ଅନୁଭୁତ ହେଉଛି । ତେଣୁ ଏଠାରେ ହୃଦଘାତ, ବ୍ଲଡପ୍ରେସର ଓ ବ୍ରେନଷ୍ଟୋକ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । ଦିଲ୍ଲୀର ଅନେକ ଘରୋଇ ଓ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ଦିଲ୍ଲୀର ଏଲ.ଏନ.ଜେପିର ଡକ୍ଟର ସୁରେଶ କୁମାର କହିଛନ୍ତି ଅଧିକାଂଶ ହୃଦଘାତ, ବ୍ରେନଷ୍ଟ୍ରୋକ ଓ ହାଇବ୍ଲଡପ୍ରେସର ରୋଗୀଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୪୫ରୁ ୫୫ବର୍ଷ ମଧ୍ୟରେ ରହିଛି । ସବୁଠୁ ଆଶ୍ଚଯ୍ୟଜନକ କଥା ହେଉଛି ମର୍ଣ୍ଣିୱାର୍କ ସମୟରେ ସବୁଠୁ ଅଧିକ ହୃଦଘାତ ହେଉଛି । ପୂର୍ବ ବର୍ଷ ଅପେକ୍ଷା ଏଥରକ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୯ପ୍ରତିଶତ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତରେ ଏଭଳି ସ୍ଥିତିରେ ଘରୁ ସକାଳୁ ବାହାରିବା ଓ ମର୍ଣ୍ଣିୱାର୍କ କରିବା ଅଧିକ ବିପଦ ଆଣିପାରେ । ସୂଚନା କହୁଛି ଶୀତ ରୁତୁରେ ଶରୀରକୁ ଗରମ ରଖିବା ପାଇଁ ମଣିଷର ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡେ । ଯେଉଁମାନେ ହୃଦଘାତ କିମ୍ବା ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସେମାନଙ୍କ ହୃଦୟ ଉପରେ ଅଧିକ ଚାପ ପଡେ । ଯାହା ହୃଦଘାତର କାରଣ ପାଲଟୁଛି ।