ଆଜିଠାରୁ କଟକ ବଡ ମେଡିକାଲରେ ଆରମ୍ଭ ହେବ ଇକମୋ ଚିକିତ୍ସା : ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୂର୍ବ ଭାରତରେ ହେବ ସବୁଠାରୁ ବଡ ସରକାରୀ ଇକମୋ ୟୁନିଟ୍

99

କନକ ବ୍ୟୁରୋ : ଆଜିଠାରୁ କଟକ ବଡ ମେଡିକାଲରେ ଆରମ୍ଭ ହେବ ଇକମୋ ଚିକିତ୍ସା । ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିବେ । ଦିନ ୧୨ଟା ୫ରେ ମୁଖ୍ୟମନ୍ତ୍ରୀ ଇକମୋ ୟୁନିଟର ଲୋକାର୍ପଣ କରିବେ । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ ହେବ । ଏସସିବି ହସ୍ପିଟାଲରେ ସମୁଦାୟ ୯ଟି ମେସିନ୍ ରହିବ । ବୁଧବାର ଇକମୋ ମେସିନର ସ୍ଥାପନ ନେଇ ମେଡିକାଲରେ ସମୀକ୍ଷା କରାଯାଇଥିଲା ।

କରୋନା ଯୋଗୁଁ ଯେଉଁମାନଙ୍କର ଲଙ୍ଗସ ଇନଫେକସନ ହେଉଛି ଓ ଗୁରୁତର ହେଉଛନ୍ତି ସେମାନଙ୍କର ଇକମୋ ଚିକିତ୍ସା ଆବଶ୍ୟକ ପଡୁଛି । ଦ୍ୱିତୀୟ ଲହର ସମୟରେ ଏହି ମେସିନର ବେଶୀ ଆବଶ୍ୟକତା ସାମନାକୁ ଆସିଥିଲା । ରାଜ୍ୟର ଏହି ଚିକିତ୍ସାର ସୁବିଧା ନଥିବାରୁ ଅନେକ ରୋଗୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେନାଇ, କୋଲାକାତା ଭଳି ସହରକୁ ଯାଇ ଚିକିତ୍ସିତ ହୋଇଥିଲେ । ଅତ୍ୟନ୍ତ ଆବଶ୍ୟକତା ଦୃଷ୍ଟିରୁ ଏସସିବିରେ ଇକମୋ ୟୁନିଟ୍ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର ।