ସାମ୍ନାକୁ ଆସିଲା ମୁମ୍ୱାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନର ପ୍ରଥମ ଚିତ୍ର: ଭାରତ-ଜାପାନ ଦୂତାବାସ ପକ୍ଷରୁ ଜାରି ହେଲା ପ୍ରଥମ ଛବି

୨୦୨୩ ସୁଦ୍ଧା ମୁମ୍ୱାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରୋଜେକ୍ଟକୁ ଶେଷ କରିବା ଯୋଜନା

216

କନକ ବ୍ୟୁରୋ: ସାମ୍ନାକୁ ଆସିଛି ମୁମ୍ୱାଇ-ଅହମ୍ମଦାବାଦ ବୁଲେଟ ଟ୍ରେନର ପ୍ରଥମ ଚିତ୍ର । ଏହି ଚିତ୍ରକୁ ଭାରତ-ଜାପାନ ଦୂତାବାସ ପକ୍ଷରୁ ଜାରି କରାଯାଇଛି । ଏହା ହେଉଛି ଭାରତରେ ଚାଲିବାକୁ ଥିବା ବହୁ ପ୍ରତିକ୍ଷୀତ ବୁଲେଟ୍ ଟ୍ରେନର ପ୍ରଥମ ଛବି । ଏହି ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ନାଁ ରହିଛି ମୁମ୍ୱାଇ- ଅହମ୍ମଦାବାଦ ହାଇସ୍ପିଡ୍ ରେଲ ସେବା । ଏହାକୁ ୨୦୨୩ ସୁଦ୍ଧା ଶେଷ କରିବା ଯୋଜନା ରଖାଯାଇଛି । ଜାପାନ ଦୂତାବାସ ପକ୍ଷରୁ ଜାରିହୋଇଥିବା ଏହି ବୁଲେଟ୍ ଟ୍ରେନ୍ ହେଉଛି ଇ ଫାଇବ୍ ସିରିଜର ସେନକେନସନ୍ ଟ୍ରେନର ଛବି ।

ଯାହାର ଏକ ପରିବର୍ତିତ ରୂପ ଭାରତରେ ଦେଖିବାକୁ ମିଳିବ । ୨୦୨୩ ସୁଦ୍ଧା ଏହି ପ୍ରକଳ୍ପକୁ ସାରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । କିନ୍ତ ୁଭୂ ଅଧିଗ୍ରହଣ ସରିନଥିବାରୁ ଏହା ନିର୍ଧାରିତ ସମୟରେ ଶେଷ ହେବା ଆଶା କମ୍ । ଗତ ସେପ୍ଟେମ୍ୱର ୨୪ ତାରିଖରେ ଏହି ନାସନାଲ୍ ହାଇସ୍ପିଡ୍ ରେଳ ପ୍ରୋଜେକ୍ଟ ପାଇଁ ଟେଣ୍ଡର ଡାକିଥିଲେ । ଏହାର ମୂଲ୍ୟ ରହିଛି ୧.୦୮ ଲକ୍ଷ କୋଟି । ଟାଟା ପ୍ରୋଜେକ୍ଟକୁ ପରାସ୍ତ କରି ଏହି ଟେଣ୍ଡର ଜିତିଛି ଲାର୍ସନ ଆଣ୍ଡ୍ ଟର୍ବୋ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମୁମ୍ୱାଇରୁ ଅହମ୍ମଦାବାଦ ଦୂରତା ୨ ଘଂଟାରେ ଅତିକ୍ରମ କରିହେବ । କିନ୍ତୁ ବର୍ତମାନ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ଏହି ପ୍ରକଳ୍ପ ସପକ୍ଷରେ ନଥିବାରୁ ଏଥିରେ ବିଳମ୍ୱ ହେଉଛି ।