କନକ ବ୍ୟୁରୋ : ପୁରୀ ଏମାର ମଠରେ ଚାଲିଛି ଯାଞ୍ଚ । ପୂର୍ବରୁ ମଠରୁ ୫୨୨ ଓ ୪୨ ଖଣ୍ଡ ରୂପାଇଟା ଜବତ ହୋଇଥିଲା । ଆଜି ପୁଣି ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରାଯାଉଛି । ମେଟାଲ ଡିଟେକ୍ଟର ସହାୟତାରେ ମଠର ବିଭିନ୍ନ ସ୍ଥାନକୁ ଟିକନିଖ ଯାଞ୍ଚ କରାଯାଉଛି । ରାଜ୍ୟ ପତ୍ନତତ୍ତ୍ୱ ବିଭାଗର ଟିମ ବି ଯାଞ୍ଚ ବେଳେ ଉପସ୍ଥିତ ଅଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଛି । ମଠ ପରିଚାଳନା ଦାୟିତ୍ୱରେ ଥିବା ଉତରପାଖ ମଠର ମହନ୍ତଙ୍କ ଲିଖିତ ନିବେଦନକୁ ବିଚାରକରି ଏହି ଯାଞ୍ଚ କରାଯାଉଛି ।