କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ କ୍ରମରେ ଖୋର୍ଦ୍ଦା ଓ ସୁନ୍ଦରଗଡ ପରେ ଏବେ ବାଲେଶ୍ୱର ହଟସ୍ପଟ ସାଜିଛି । ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ୧୫୮ ଜଣ ପଜିଟିଭି୍ ଚିହ୍ନଟ ହୋଇଥିବା ବେଳେ କେବଳ ଇମାମୀ ପେପର ମିଲରୁ ୧୦୩ ଜଣ ଶ୍ରମିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ପଜିଟିଭ୍ ଶ୍ରମିକ ବାହାର ରାଜ୍ୟରୁ ଆସିଛନ୍ତି ବୋଲି ବାଲେଶ୍ୱର ଏଡିଏମ୍ ସୂଚନା ଦେଇଛନ୍ତି । ଏଭଳି ସ୍ଥିତି ପରେ ପେପରମିଲ୍ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

Advertisment

କହିରଖୁ କି ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୪୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପୂର୍ବରୁ ଓଡିଶା- ଛତିଶଗଡ ସୀମା ସିଲ୍ କରିଥିବା ବେଳେ ଆଜି ଆନ୍ଧ୍ର- ଓଡିଶା ସୀମା ସିଲ୍ କରିଛନ୍ତି । ସେପଟେ ବାଲେଶ୍ୱର ଇମାମୀ ପେପର ମିଲରୁ ୧୦୩ ଜଣ ବାହାର ରାଜ୍ୟର ଶ୍ରମିକ ପଜିଟିଭ୍ ଚିହ୍ନଟ ହେବା ପରେ ଓଡିଶା - ପଶ୍ଚିମବଙ୍ଗ ସୀମା ସିଲ୍ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।