ଭାରତ ଉପରେ ଆତଙ୍କବାଦୀଙ୍କ ଧ୍ୱସଂ କରିବା ଭଳି ନଜର କାରଣରୁ ଆମ ଦେଶର ଅନେକ ଯବାନ ସହିଦ୍ ହୋଇଗଲେ । ଏବେ ଗୁଜୁରାଟରେ ଦେଶର ପ୍ରଥମ ଗୃହମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଉପରେ ଆକ୍ରମଣ କରିବାର ଯୋଜନା ରଖିଛି ଆତଙ୍କବାଦ । ଏହି ଖବର ଏକ ଇମେଲ୍ ମାଧ୍ୟମରେ ସାମ୍ନାକୁ ଆସିଛି ।
ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚ ଏବଂ ଏଟିଏସ୍ କରିବ ଏହି ମାମଲାର ଜାଞ୍ଚ :
ସୁରକ୍ଷା ଏଜେନ୍ସିମାନଙ୍କୁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସମେତ ଗୁଜୁରାଟର ଅନେକ ତୀର୍ଥସ୍ଥଳ ଏବଂ ରେଲୱେ ଷ୍ଟେସନ୍ ଠାରେ ମଧ୍ୟ ଆକ୍ରମଣ କରିବା ପାଇଁ ଇନପୁଟରୁ ଖବର ମିଳିଛି । ଏହି ଇମେଲ୍ ର ଗମ୍ଭୀରତାକୁ ଦେଖି ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚ ଏବଂ ଏଟିଏସ୍ କୁ ଜାଞ୍ଚ୍ ପାଇଁ ସୂଚନା ମିଳିଛି । କେବଳ ଏତିକି ନୁହଁ ରାଜ୍ୟ ପୋଲିସ୍ କମିଶନର୍ ଏବଂ ଏସପିଙ୍କୁ ବି ଏଥିପାଇଁ ଆଗରୁ ସତର୍କ କରାଇ ଦିଆଯାଇଛି । ଏହି ଇମେଲ୍ ଭିତ୍ତିହୀନ କିମ୍ବା ଏଥିରେ କୌଣସି ସତ୍ୟତା ରହିଛି ଏଥିପାଇଁ ଜାଞ୍ଚ୍ କରାଯିବ । ଆପଣଙ୍କୁ କହିରଖୁଛୁ କି ପ୍ରଥମ ଗୃହମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ (ଲୌହପୁରୁଷ) କୁହାଯାଉଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତିର ନାଁ ରହିଛି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ । ଗୁଜୁରାଟର ନର୍ମଦା ଜିଲ୍ଲା ସର୍ଦ୍ଦାର ସରୋବର ବନ୍ଧରେ ପ୍ରସ୍ତୁତ ହୋଇଥିବା ଦୁନିଆର ସବୁଠାରୁ ଉଚ୍ଚ ମୂର୍ତ୍ତି ହେଉଛି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ । ୧୮୨ ମିଟର ଉଚ୍ଚତା ଏହି ମୂର୍ତ୍ତୀ ପ୍ରସ୍ତୁତ ହେବା ପାଇଁ ୫ ବର୍ଷ ସମୟ ଲାଗିଥିଲା । ପ୍ରଧାନମନ୍ତ୍ରୀ ମୋଦି ଗତବର୍ଷ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏହି ମୂର୍ତ୍ତୀର ଉଦଘାଟନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Statue-of-Unity.jpg)
/kanak/media/post_attachments/wp-content/uploads/2019/02/A234ALERT4796794772631925245-576x1024-300x225.jpeg)