କନକ ବ୍ୟୁରୋ : ରେଭ୍ ପାର୍ଟିରେ ସାପ ବିଷ ମାମଲାରେ ଫସିଲେ ବିଗ୍ ବସ୍ ୱିନର ତଥା ୟୁଟ୍ୟୁବର ଏଲଭିସ୍ ଯାଦବ । ଏଲଭିସଙ୍କ ବିରୋଧରେ ଆସିଛି ସାପ ଚୋରା ଚାଲାଣର ଅଭିଯୋଗ । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ନୋଏଡା ପୋଲିସ । ବିଭିନ୍ନ ପାର୍ଟି ଓ କ୍ଲବକୁ ସେ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଛି । ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସାପ ବିଷ ଜବତ କରାଯାଇଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏଲଭିସ୍ ଯାଦବ । ଭିଡିଓ ଜାରି କରି ଏଲଭିସ୍ କହିଛନ୍ତି, ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଉଛି ତାହା ସଂପୂର୍ଣ୍ଣ ଭୁଲ । ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ । ଅଭିଯୋଗର କୌଣସି ସତ୍ୟତା ନାହିଁ । ସେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।