କନକ ବ୍ୟୁରୋ : ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ନେଇ ଆସିଛି ଚିନ୍ତାଜନକ ଖବର । ଏକ୍ସରୁ ତଥ୍ୟ ଲିକ ହେଉଛି । ରିପୋର୍ଟ ଅନୁସାରେ ପ୍ରାୟ ୨୦କୋଟି ବ୍ୟବହାରକାରୀଙ୍କ ପ୍ରଭାବିତ ହୋଇପାରନ୍ତି ।ତେବେ ଏବେ ସୁଦ୍ଧା ଏକ୍ସସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନି । ସାଇବର ପ୍ରେସ ଦାବି କରିଛି ଯେ ବ୍ୟବହାରକାରୀଙ୍କ ଠିକଣା, ନାଁ, ଅନ୍ୟ ଆକାଉଁଟ ସମ୍ବନ୍ଧିତ ତଥ୍ୟ ଲିକ ହୋଇପାରେ । ଏଥିରୁ ନିଜ ଆକାଉଁଟକୁ ସୁରକ୍ଷିତ ରଖିବା ପାଇଁ କିଛି ଉପାୟ ମଧ୍ୟ ରହିଛି । ପାସୱାଡ ବଦଳାଇବା, ଟୁ ଫ୍ୟାକ୍ଟର ଅଥଣ୍ଟିକେସନ ଏନବୁଲ, ସନ୍ଦିଗ୍ଧ ଇମେଲ ଓ ମେସେଜକୁ ବାରଣ କରିବା ସହ ବ୍ୟବହାରକାରୀ ତୁରନ୍ତ ନି ଆକାଉଁଟ ଲଗଇନ ଆକ୍ଟିଭିଟିକୁ ଯାଂଚ କରିବା ଦିଗରେ ଧ୍ୟାନ ଦେବାକୁ ପଡିବ ।