ଏଲନ୍ ମସ୍କ ଗାଜା ଷ୍ଟ୍ରିପ୍ ନିକଟସ୍ଥ କିବୁଜ୍ ସହର ପରିଦର୍ଶନ କରିଥିଲେ । ଅକ୍ଟୋବର ୭ ରେ ହମାସ କିବୁଜ୍ ସହର ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ମସ୍କଙ୍କ ଗସ୍ତ ସମ୍ପର୍କରେ ନେତାନ୍ୟାହୁ କହିଛନ୍ତି ଯେ ସେ କିବୁଜ୍ ରେ ହମାସ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ନରସଂହାରର ଭୟାବହତା ଦେଖାଇଛନ୍ତି । ଏହି ସମୟ ମଧ୍ୟରେ ଆମେ କିବୁଜ୍ ରେ ପୀଡିତମାନଙ୍କ ଘର ମଧ୍ୟ ପରିଦର୍ଶନ କରିଥିଲୁ ।
Prime Minister Benjamin Netanyahu and @ElonMusk held a meeting today, following their tour of Kfar Aza this morning.
— Prime Minister of Israel (@IsraeliPM) November 27, 2023
The PM showed Musk sections of the film that was prepared by the IDF Spokesperson and which shows the horrors of the massacre perpetrated by Hamas on October 7th. pic.twitter.com/4h5h4GNFfL
ଟେସଲା ସିଇଓ ଏଲନ୍ ମସ୍କ ବର୍ତ୍ତମାନ ଇସ୍ରାଏଲ ଗସ୍ତରେ ଅଛନ୍ତି । ଯୁଦ୍ଧ ମଧ୍ୟରେ ସେ ସୋମବାର ଇସ୍ରାଏଲରେ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ସେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିଥିଲେ । ମସ୍କ ଗାଜା ଷ୍ଟ୍ରିପ୍ ନିକଟରେ ଥିବା ଏକ କିବ୍ବୁଜ୍ ସହର ପରିଦର୍ଶନ କରିଥିଲେ । ଅକ୍ଟୋବର ୭ ରେ ହାମାସ ନିଜେ କିବ୍ବୁଜ୍ ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ମସ୍କଙ୍କ ଗସ୍ତ ସମ୍ପର୍କରେ ନେତାନ୍ୟାହୁ କହିଛନ୍ତି ଯେ ସେ କିବୁଜ୍ ରେ ହମାସ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ନରସଂହାରର ଭୟାବହତା ଦେଖାଇଛନ୍ତି । ଏହି ସମୟ ମଧ୍ୟରେ ଆମେ କିବୁଜ୍ ରେ ପୀଡିତମାନଙ୍କ ଘର ମଧ୍ୟ ପରିଦର୍ଶନ କରିଥିଲୁ । ନେତାନ୍ୟାହୁ ମଧ୍ୟ ମସ୍କକୁ ଇସ୍ରାଏଲ୍ ସାଧାରଣ ନାଗରିକଙ୍କ ଘର ଦେଖାଇଥିଲେ ଯେଉଁମାନେ ହମାସ ଆତଙ୍କବାଦୀନାମାଙ୍କ ଦ୍ୱାରା ଅତି ନିର୍ମମ ଭାବରେ ହତ୍ୟାର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରେ ଚାରି ବର୍ଷର ଇସ୍ରାଏଲ-ଆମେରିକୀୟ ଝିଅ ଅଭିଗେଲ ଇଦାନ ଅଛନ୍ତି, ଯାହାର ପିତାମାତା ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିଲେ ।
Prime Minister Benjamin Netanyahu and @ElonMusk toured Kibbutz Kfar Aza this morning.
— Prime Minister of Israel (@IsraeliPM) November 27, 2023
The Prime Minister showed Musk the horrors of the massacre at the kibbutz on Saturday October 7th.https://t.co/prW0e5Cvbc pic.twitter.com/kR74F61qaf
ଏହି ସମୟରେ, ନେତାନ୍ୟାହୁ ମସ୍କଙ୍କୁ ସେହି ଫିଲ୍ମ ମଧ୍ୟ ଦେଖାଇଥିଲେ ଯାହା IDF ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଏହି ଚଳଚ୍ଚିତ୍ରରେ, ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣର ସମ୍ପୂର୍ଣ୍ଣ ଭୟାବହତା ଦେଖାଯାଇଛି ।
ଗାଜା ପୁନଃନିର୍ମାଣରେ ସହଯୋଗ କରିବି
ଏହି ସମୟରେ, X ରେ ନେତାନ୍ୟାହୁଙ୍କ ସହ ଲାଇଭ୍ ଚାଟ୍ ସମୟରେ ମସ୍କ କହିଥିଲେ ଯେ ‘ହମାସକୁ ହଟାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ହତ୍ୟାକାରୀଙ୍କୁ ହଟାଇବା ଜରୁରୀ ହୋଇପଡିଛି । ଏହି ପ୍ରକାର ପ୍ରଚାର ବନ୍ଦ ହେବା ଉଚିତ୍।‘ ଏହି ପରି ପ୍ରଚାର ଲୋକଙ୍କୁ ହତ୍ୟା ପରି ଅପରାଧ କରିବାକୁ ଉସୁକେଇଥାଏ । ମୁଁ ଗାଜାର ପୁନଃନିର୍ମାଣରେ ସାହାଯ୍ୟ କରିବି ଏବଂ ଯୁଦ୍ଧ ପରେ ଗାଜାର ଏକ ଉତ୍ତମ ଭବିଷ୍ୟତ ପାଇଁମଧ୍ୟ ସାହାଯ୍ୟ କରିବି । ୟୁହିଦି ବିରୋଧୀ ଛବିକୁ ସଜାଡିବାକୁ ଚେଷ୍ଟା କରୁଛନ୍ତି ମସ୍କ
ନିକଟରେ ଏକ ୟୁହିଦି ବିରୋଧୀ ଟୁଇଟକୁ ସମର୍ଥନ କରି ଏଲନ୍ ମସ୍କ ଟ୍ରୋଲର ଶିକାର ହୋଇଥିଲେ। ସେ ୟୁହିଦି ବିରୋଧ ପ୍ରଚାରକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ହୋଇଥିଲା । ସେ ପ୍ରକୃତରେ ଏକ ଆଣ୍ଟି ୟୁହିଦି ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଟିଲେ । ଏଥିପାଇଁ ପରେ ସେ ଲୋକଙ୍କ କ୍ରୋଧର ଶିକାର ହୋଇଥିଲେ । ବର୍ତ୍ତମାନ ଅନେକ ରିପୋର୍ଟରେ ଏଇଆ କୁହାଯାଇଛି ଯେ ସେ ତାଙ୍କର ଏହି ୟୁହିଦି ବିରୋଧୀ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ସେ ଇସ୍ରାଏଲରେ ଯାଇଛନ୍ତି ।