‘ଯଦି ସନ୍ଦିଗ୍ଧ ଅବସ୍ଥାରେ ମୋର ମୃତ୍ୟୁ ହୋଇଯାଏ…’ ଏଲନ୍ ମସ୍କଙ୍କ ଟ୍ୱିଟକୁ ନେଇ ହଇଚଇ

367

କନକ ବ୍ୟୁରୋ: ଟ୍ୱିଟରକୁ କିଣିବା ପରେ ଅଧିକ ଚର୍ଚ୍ଚାରେ ବିଶ୍ୱର ଧନୀ ବ୍ୟକ୍ତି ଏଲନ୍ ମସ୍କ । ସେ କରିଥିବା ଏକ ଟ୍ୱିଟକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏଲନ୍ ନିଜର ରହସ୍ୟମୟ ମୃତ୍ୟୁକୁ ନେଇ ଟ୍ୱିଟ କରିବା ପରେ ୟୁଜର୍ସଙ୍କ ମଧ୍ୟରେ ଭିନ୍ନ ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ଏଲନଙ୍କ ଏହି ଟ୍ୱିଟ୍ ଟାଇମଲାଇନରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି । ଘଣ୍ଟାକରୁ କମ୍ ସମୟ ମଧ୍ୟରେ ଏଲନଙ୍କର ଏହି ଟ୍ୱିଟକୁ ୩୩ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ତାଙ୍କର ଟ୍ୱିଟ ପରେ ୟୁଜର୍ସମାନେ ଲଗାତାର ଜବାବ ମଧ୍ୟ ଦେଉଛନ୍ତି ।

ବର୍ତ୍ତମାନ ସାରା ବିଶ୍ୱ ଏଲନ୍ ମସ୍କଙ୍କୁ ଜରୁରୀ ବୋଲି ମନେ କରୁଛି । ତେଣୁ ଏତେ ଶୀର୍ଘ ସେ ଛାଡି ଯାଇପାରିବେ ନାହିଁ ବୋଲି ଜଣେ ୟୁଜର୍ସ ଲେଖିଥିବାବେଳେ , ଏଲନଙ୍କ ଯେକୌଣସି ମତେ ବଞ୍ଚାଇବୁ ବୋଲି ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି । ଏହାବ୍ୟତୀତ ଅନେକ ୟୁଜର୍ସ ଏଲନଙ୍କ ,ପରି ଟ୍ୱିଟକୁ ଗମ୍ଭୀରତାର ସହ ନେଇଛନ୍ତି ।

କିଛି ଭୁଲ ପଦକ୍ଷେପ ନେବାକୁ ଏଲନ୍ ମସ୍କ ଚିନ୍ତା ମଧ୍ୟ ନକରିବାକୁ ଜଣେ ୟୁଜର୍ସ ଅନୁରୋଧ କରିଥିବାବେଳେ ତାଙ୍କୁ ଏବେ ବିଶ୍ୱର ଅନେକ ସମସ୍ୟା ସମାଧାନ କରିବାର ଅଛି ବୋଲି ଜଣେ ୟୁଜର୍ସ ପୋଷ୍ଟ କରିଛନ୍ତି ।

କହିରଖୁଁ , ସ୍ପେସ୍ –ଏକ୍ସ ଟେସଲାର ସିଇଓ ଏଲନ୍ ମସ୍କ ଗତ ମାସରେ ୪୪ ଅରବ ଡଲାରରେ ଟ୍ୱିଟରକୁ କିଣିବାକୁ ଡିଲ୍ କରିଥିଲେ । ଏହାପରେ ଟ୍ୱିଟରରେ ଅନେକ ପରିବର୍ତ୍ତନ ଆସିଥିଲା । ଆଗକୁ ଫ୍ରିରେ ଟ୍ୱିଟରକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଏଲନ୍ ଘୋଷଣା କରିଥିଲେ । କିନ୍ତୁ କାଜୁଆଲ ୟୁଜର୍ସଙ୍କ ପାଇଁ ଏହା ଫ୍ରି ସେବା ଦେବ ବୋଲି କହିଥିଲେ ।