କନକ ବ୍ୟୁରୋ: ପୁଣି ଥରେ ଦେଶର ଧନୀ ବ୍ୟକ୍ତି ପାଲଟିଛନ୍ତି ଟେସ୍‌ଲାର ସିଇଓ ତଥା ଟ୍ୱିଟର୍‌ର ମାଲିକ ଏଲନ୍‌ ମସ୍କ। ଏହାସହ ଶୀର୍ଷରେ ଥିବା ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଡ ପଛରେ ପଡିଛନ୍ତି ।

Advertisment

ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆସନ ହରାଇ ବସିଥିଲେ। ଟେସ୍‌ଲାର ସେୟାର ହ୍ରାସ ପାଇଥିବାରୁ ମସ୍କଙ୍କ ସଂପତ୍ତି ବି ହ୍ରାସ ପାଇଥିଲା। ଫଳରେ ସେ ଆଉ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ହୋଇ ରହି ପାରିନଥିଲେ। ତାଙ୍କ ସ୍ଥାନ ଅଧିକାର କରିଥିଲେ ଲୁଇସ୍‌ ଭୁଇଟନ୍‌ର ସିଇଓ ବର୍ଣ୍ଣାଡ ଆର୍‌ନଲ୍‌ଟ। ପ୍ରାୟ ୨ ବର୍ଷ ପରେ ମସ୍କ ପୁଣି ଥରେ ତାଙ୍କ ସ୍ଥିତି ଦୃଢ଼ କରିଛନ୍ତି। ଆଉ ଥରେ ବିଶ୍ୱର ପ୍ରଥମ ଧନୀ ଆସନ ଅଧିକାର କରି ନିଜକୁ ପ୍ରମାଣିତ କରିଛନ୍ତି। ପୁଣି ଧନୀ ତାଲିକାର ଟପରେ ଏଲନ୍ ମସ୍କ