କନକ ବ୍ୟୁରୋ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ବ୍ୟବହାରକାରୀଙ୍କ ପାଇଁ ଏକ ବଡ ଖବର ଆସିଛି । ଏକ୍ସର ମାଲିକ ଏଲନ ମସ୍କ ଯୋଜନା କରୁଛନ୍ତି କି, ସମସ୍ତ ଏକ୍ସ ବ୍ୟବହାରକାରୀଙ୍କ ଠାରୁ ମାସିକ ବିଲ୍ ଆଦାୟ କରିବେ । ଏନେଇ ନିଜେ ଏଲନ୍ ମସ୍କ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ଏକ୍ସ ପ୍ଲାଟଫର୍ମରେ ଦେଖାଦେଉଥିବା ବୋଟସ୍ ସମସ୍ୟାର ସମାଧାନ ପାଇଁ ଏଭଳି କରିବା ନିହାତି ଜରୁରୀ । ହେଲେ କେବେ ଠାରୁ ଓ ମାସିକ କେତେ ଟଙ୍କା ବ୍ୟବହାରକାରୀଙ୍କୁ ଦେବାକୁ ପଡିବ ସେନେଇ ମସ୍କ କିଛି ସ୍ପଷ୍ଟ କରିନାହାଁନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ରାନ୍ୟାହୁଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କି ପ୍ଲାଟଫର୍ମରେ ବୋଟସଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବୋଟସ୍ ଅର୍ଥାତ ନକଲି ଆକାଉଣ୍ଟ ସମସ୍ୟାର ସମାଧାନ ପାଇଁ ମାସିକ ଦେୟ ଆଦାୟ କରିବା ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ମସ୍କ କହିଛନ୍ତି କି ଏକ୍ସ ପ୍ଲାଟଫର୍ମରେ ବର୍ତମାନ ୫୫ କୋଟି ବ୍ୟବହାରକାରୀ ଅଛନ୍ତି । ଏମାନେ ମୋଟ ୧୦୦-୨୦୦ ମିଲିୟନ ପୋଷ୍ଟ କରୁଛନ୍ତି ।
ସୂଚନା ଥାଉକି ଗତବର୍ଷ ଅକ୍ଟୋବର ମାସରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟରକୁ ଅଧିଗ୍ରହଣ କରିଥିଲେ ଏଲନ୍ ମସ୍କ । ଏହାପରେ ମସ୍କ ବାରମ୍ବାର ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ବିଭିନ୍ନ ନିୟମ ବଦଳାଇବାରେ ଲାଗିଛନ୍ତି ।