କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସୋସିଆଲ ମିଡିଆରେ ନିଜର ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିଛିଦିନ ତଳେ ସେ ଋଷ-ୟୁକ୍ରେନ ଯୁଦ୍ଧ ଓ ତାଇୱାନ ସମସ୍ୟାକୁ ସମାଧାନ କରିବା ନେଇ ନିଜର ପରାମର୍ଶ ଦେଇଥିଲେ । ଏହି ପରାମର୍ଶକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କଡା ସମାଲୋଚନା କରିବା ସହ ପରୋକ୍ଷରେ ମସ୍କଙ୍କୁ ଏକ ଦୁମୁହାଁ ଚରିତ୍ର ବୋଲି କହିଥିଲେ । ଜେଲେନସ୍କି କହିଥିଲେ କି ମସ୍କ କେତେବେଳେ ୟୁକ୍ରେନ ସମର୍ଥନରେ କହୁଛନ୍ତି ତ କେବେ ଋଷ ସମର୍ଥନରେ । ସେପଟେ ତାଇୱାନକୁ ନେଇ ମସ୍କ ଯେଉଁ ପରାମର୍ଶ ଦେଇଥିଲେ ତାହା ତାଇପେ ବିରୋଧୀ ଓ ବେଜିଂ ସମର୍ଥନ ବୋଲି ଜେଲେନସ୍କି କହିଥିଲେ ।
ଏଲନ ମସ୍କ ଏବେ @ajtourville ଟ୍ୱିଟର ହ୍ୟାଣ୍ଡେଲ ସହ ଏକ ସାକ୍ଷାତକାର ଦେବା ବେଳେ କହିଛନ୍ତି କି ବୁଝିବା ଶକ୍ତି ଥିବା ଲୋକ କେବେ ବି ପରାମାଣୁ ଯୁଦ୍ଧ କରିବା କଥା ଚିନ୍ତା କରିବ ନାହିଁ । ଏହାସହ ସେ କହିଛନ୍ତି କି ଋଷ ୩୦ ମିନିଟରୁ କମ୍ ସମୟ ମଧ୍ୟରେ ଆମେରିକା ଓ ୟୁରୋପକୁ ନଷ୍ଠ କରିଦେବାର କ୍ଷମତା ରହିଛି । ହେଲେ ବିଶ୍ୱର ଅଧିକାଂଶ ଲୋକ ଏ ବାବଦରେ ଅବଗତ ନଥିବା କଥା ସେ କହିଛନ୍ତି । ପରମାଣୁ ଅସ୍ତ୍ର ବ୍ୟବହାର କରିବା ଏକ ଭ୍ରମ ମାନସିକତା ବୋଲି ସେ କହିଛନ୍ତି ।
ସୂଚନା ଥାଉକି ଏଲନ ମସ୍କ ଏହି ବୟାନ ସେତେବେଳେ ଦେଇଛନ୍ତି ଯେତେବେଳେ ଖବର ଆସୁଛି କି, ନାଟୋ ତରଫରୁ ସୋମବାର ଠାରୁ ପରାମାଣୁ ଅସ୍ତ୍ରକୁ ନେଇ ଅଭ୍ୟାସ କରିବାକୁ ଯାଉଛି ।
Follow Us