ଏଲୋନ୍ ମସ୍କ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛନ୍ତି

ଏଆରଟେଲ ଓ ଜିଓ ପାଇଁ ମୁଣ୍ଡବିନ୍ଧାର କାରଣ

153

ଏଲୋନ୍ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ୍ ସେବା କମ୍ପାନୀ ‘ଷ୍ଟାରଲିଙ୍କ’ ଭାରତରେ ପ୍ରବେଶ କରିବାକୁ ଯାଉଛି । ପୂର୍ବରୁ ଲାଇସେନ୍ସ ଅଭାବରୁ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଷ୍ଟାରଲିଙ୍କ୍ ଜିଓ ଏବଂ ଏୟାରଟେଲ ଉଭୟଙ୍କ ପାଇଁ ଚିନ୍ତାର କାରଣ ହେଇପାରେ । କାରଣ ସେମାନେ ସାଟେଲାଇଟ ଇଣ୍ଟରନେଟ୍ ଦୌଡ଼ରେ ଅଛନ୍ତି ।  ଷ୍ଟାରଲିଙ୍କ ଟପ୍ ସ୍ପିଡ୍ 1.5 ରୁ 2Gbps ହୋଇପାରେ ଏବଂ ସବୁଠୁ ବଡକଥା ହେଲା ଏଥିପାଇଁ ମୋବାଇଲ୍ ଟାୱାର ଆବଶ୍ୟକ ପଡ଼ିବ ନାହିଁ ।  ଷ୍ଟାରଲିଙ୍କ ବର୍ତ୍ତମାନ ୪୦ ରୁ ଅଧିକ ଦେଶରେ କାର୍ଯ୍ୟକ୍ଷମ ଅଛି ।

ସାଟେଲାଇଟ ଇଣ୍ଟରନେଟ୍ ସେବା ଯୋଗାଉଥିବା ଏଲୋନ୍ ମସ୍କଙ୍କ କମ୍ପାନୀ ‘ଷ୍ଟାରଲିଙ୍କ’ ଭାରତରେ ଖୁବ ଶୀଘ୍ର ଏହାର ସେବା ଯୋଗାଇବାକୁ ଯାଉଛି । ପୂର୍ବରୁ ବିନା ଲାଇସେନ୍ସରେ ସେବା ଆରମ୍ଭ କରିବା ପାଇଁ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ଏଥର ଏଥିପାଇଁ ଆବଶ୍ୟକୀୟ ସମସ୍ତ ସରକାରୀ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଏହି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ଏହା ଜିଓ ଏବଂ ଏୟାରଟେଲ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । କାରଣ ଉଭୟ ଏୟାରଟେଲ ଏବଂ ଜିଓ ସାଟେଲାଇଟ୍ ଇଣ୍ଟରନେଟ୍ ଦୌଡ଼ରେ ଅଛନ୍ତି । ଏୟାରଟେଲ ‘ୱାନ ୱେବ’ ସହ  ସହଭାଗିତାରେ ଓ ଜିଓ ଲକ୍ସେମବର୍ଗ କମ୍ପାନୀ ‘SES’ ସହିତ ଉପଗ୍ରହ ସେବା ପାଇଁ ସହଭାଗୀତାରେ କାର୍ଯ୍ୟ କରୁଛନ୍ତି ।

ସ୍ପୀଡ କେତେ ରହିବ ?

ଷ୍ଟାରଲିଙ୍କର  ସାଟେଲାଇଟ୍ ଇଣ୍ଟରନେଟ୍  ସେବାର ସର୍ବୋଚ୍ଚ ସ୍ପୀଡ 1.5 ରୁ 2 Gbps ହୋଇପାରେ ବୋଲି ଦାବି କରାଯାଉଛି । ‘ଷ୍ଟାରଲିଙ୍କ’ ଏହି ନାମରୁ ହିଁ ଆପଣମାନେ ଜାଣିପାରୁଥିବେ  ଏହା ଏକ ଉପଗ୍ରହ ସେବା । ଏଥିପାଇଁ କୌଣସି ମୋବାଇଲ୍ ଟାୱାରର ଆବଶ୍ୟକତା ରହିବ ନାହିଁ । ଏହା ଦେଶର ଦୁର୍ଗମ ଅଞ୍ଚଳକୁ ସହଜରେ ଇଣ୍ଟରନେଟ୍ ଯୋଗାଇବାରେ ସାହାଯ୍ୟ କରିବ । ୪୦ ରୁ ଅଧିକ ଦେଶରେ ଷ୍ଟାରଲିଙ୍କ କାର୍ଯ୍ୟକ୍ଷମ ।  ଷ୍ଟାରଲିଙ୍କ ଏହାର ସେବାପାଇଁ ଏକ ୱାଇ-ଫାଇ ରାଉଟର, ବିଦ୍ୟୁତ୍ ଯୋଗାଣ, କେବୁଲ୍ ଏବଂ ଏକ ମାଉଣ୍ଟିଂ ଟ୍ରାଇପଡ଼ ଦେଇଥାଏ ।  ଏହି ରାଉଟର ସିଧା ଉପଗ୍ରହ ସହିତ ସଂଯୁକ୍ତ ହୁଏ ।

ଷ୍ଟାରଲିଙ୍କ୍କୁ କାହିଁକି ନିଷେଧ କରାଯାଇଥିଲା ?

ଷ୍ଟାରଲିଙ୍କ ୨୦୨୧ ମସିହାରେ ବିନା ଲାଇସେନ୍ସରେ ଏହି ସେବା ଆରମ୍ଭ କରିଥିଲା । ସେବା ଆରମ୍ଭ ପୂର୍ବରୁ ପ୍ରି-ଅର୍ଡର ଭାବରେ ଗ୍ରାହକଙ୍କଠାରୁ ସିକ୍ୟୁରିଟି  ଟଙ୍କା ଜମା କରାଯାଇଥିଲା । ଭାରତ ସରକାରଙ୍କ ଠାରୁ  ଅନୁମୋଦନ ନ ପାଇବା ପରେ ଏଲୋନ୍ ମସ୍କଙ୍କୁ ଏହି ପ୍ରକଳ୍ପ ବନ୍ଦ କରିବାକୁ ପଡିଥିଲା । ଏହା ବ୍ୟତୀତ ଭାରତୀୟ ଗ୍ରାହକଙ୍କ ଟଙ୍କା ମଧ୍ୟ ଫେରସ୍ତ କରିବାକୁ ପଡିଥିଲା ।