କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଓ ଟ୍ୱିଟର ସହ ହୋଇଥିବା ଚୁକ୍ତି ଫାଇନାଲ ହେବାର ଗୋଟିଏ ଦିନ ପୂର୍ବରୁ ଏଲନ ମସ୍କ ଏକ ବଡ ଖୁଲାସା କରିଛନ୍ତି । ଏହି ଚୁକ୍ତି ପଛରେ ଥିବା ଉର୍ଦ୍ଦେଶ୍ୟ କହିଛନ୍ତି ମସ୍କ । ଏହାସହ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏହି ପ୍ଲାଟଫର୍ମରେ ବିଜ୍ଞାପନକୁ ନେଇ ନିଜର ମତ ରଖିଛନ୍ତି ।

Advertisment

ଏଲନ ମସ୍କ ମାଇକ୍ରୋବ୍ଲଗିଂଗ୍ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପାଇଁ ହୋଇଥିବା ଚୁକ୍ତି ପଛର କାରଣ କହିବାକୁ ଗୁରୁବାର ଦିନ ଏକ ଟ୍ୱିଟ୍ କରିଥିଲେ । ଏଥିରେ ସେ ଏହି ପ୍ଲାଟଫର୍ମରେ ବିଜ୍ଞାପନକୁ ନେଇ କଣ ଚିନ୍ତା କରୁଛନ୍ତି ବୋଲି ଲେଖିଛନ୍ତି । ଏହାସହ ସେ କାହିଁକି ଟ୍ୱିଟରକୁ କିଣିଲେ ବୋଲି ତାର ଉତ୍ତର ରଖିଛନ୍ତି । ସେ କହିଛନ୍ତି କି ଟ୍ୱିଟର କିଣିବା ନେଇ ଲୋକଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି । ସେ କହିଛନ୍ତି କି ଆମ ଆଗାମୀ ପୀଢି ପାଇଁ ଏକ ସାଧାରଣ ଡିଜିଟାଲ ପ୍ଲାଟଫର୍ମ ଉପଲବ୍ଧ କରାଇବା ଲକ୍ଷଙ୍କର ସେ ଟ୍ୱିଟରକୁ କିଣିଛନ୍ତି । ଏହି ପ୍ଲାଟଫର୍ମରେ ବିଭିନ୍ନ ବିଚାରଧାରର ଲୋକେ ବିନା ହିଂସାରେ ସୁସ୍ଥ ଭାବେ ଚର୍ଚ୍ଚା କରିପାରିବେ ।

ଟେସଲା ସିଇଓ ଏଲନ ମସ୍କ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ ଏବେ କଟ୍ଟର ଦକ୍ଷିଣପନ୍ଥୀ ଓ କଟ୍ଟର ବାମପନ୍ଥୀ ମଧ୍ୟରେ ସମାଜ ବାଣ୍ଟିହେବାକୁ ଯାଉଛି । ଫଳରେ ସମାଜରେ ଅନେକ ଘୃଣା ପ୍ରସାର କରାଯାଉଛି । ଏଣୁ ଟ୍ୱିଟର କିଭଳି ସବୁଠାରୁ ସମ୍ମାନିତ ବିଜ୍ଞାପନର ପ୍ଲାଟଫର୍ମ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ ।

ମସ୍କ କହିଛନ୍ତି କି ଟ୍ୱିଟର ସହ ଯେଉଁ ଚୁକ୍ତି ହୋଇଛି ତାହା ଅର୍ଥ ରୋଜଗାର ପାଇଁ ନୁହେଁ ବରଂ ସମାଜରେ ମାନବତାକୁ ଅଗ୍ରାଧିକାର ଦେବା ଲକ୍ଷ୍ୟରେ ଏହି ଚୁକ୍ତି ହୋଇଛି ବୋଲି ସେ କହିଛନ୍ତି ।