ଚର୍ଚ୍ଚାରେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ନୂଆ ନିୟମ । କମ୍ପାନୀରୁ ହଟିପାରନ୍ତି ୫୦ପ୍ରତିଶତ କର୍ମଚାରୀ

166

କନକ ବ୍ୟୁରୋ : ଏଲନ ମସ୍କ ଟୁଇଟରର ମାଲିକ ହେବା ପରେ ନିୟମିତ ଭାବେ ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫମରେ କିଛି ନା କିଛି ପରିବର୍ତନ କରିବାରେ ଲାଗିଛନ୍ତି । ଏହାରି ଭିତରେ ମସ୍କ ଟୁଇଟରର ଅଧା କର୍ମଚାରୀଙ୍କୁ ଚାକିରରୁ ନିଲମ୍ବିତ କରିବାକୁ ଚାହୁଁଥିବା ନେଇ ଖବର ସାମ୍ନାକୁ ଆସିଛି । ଟୁଇଟରକୁ ୪୪ ବିଲିୟନ ଡଲାରରେ ମସ୍କ କିଣିବା କ୍ଷଣି ଟୁଇଟରର ସର୍ବୋଚ ପୋଷ୍ଟରେ ଥିବା କିଛି ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ୨୦୨୧ ସୁଦ୍ଧା ଟୁଇଟରରେ ସାଢେ ୭ ହଜାର କର୍ମଚାରୀ ଥିଲେ । ସେଥରୁ ପାଖିାପାଖି ୩ ହଜାର ୭୦୦ କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ସୂଚନା ମିଳିଛି । ଏନେଇ ମସ୍କ ଶୁକ୍ରବାର କମ୍ପାନୀର କର୍ମଚାରୀମାନଙ୍କୁ ଅବଗତ କରିବା ନେଇ ସୂଚନା ମିଳିଛି । ପୂର୍ବରୁ ମସ୍କ ଟୁଇଟରର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୪ ଜଣ ଉଚ୍ଚପଦାଧିକାରୀଙ୍କୁ ନିଲମ୍ବିତ କରିଥିଲେ । ଏହା ପରେ ମସ୍କଙ୍କ ନୂଆ ପରାମର୍ଶଦାତା କମିଟି ଛଟେଇ ନେଇ ସୁପାରିଶ କରିôଥିବା ସୂଚନା ମିଳିଛି ।