ଏଲନ ମସ୍କଙ୍କ ମାଆଙ୍କ ପ୍ରଶ୍ନ । ଟ୍ୱିଟରରେ କେଉଁଠି ଅଛି ଏହି ଅପସନ । କଣ ଅପସନ ଦାବି କଲେ ମାୟେ ମସ୍କ ପଢନ୍ତୁ …

118

କନକ ବ୍ୟୁରୋ : ଅନେକ ସମୟ ଧରି ସାମାଜିକ ଗଣମାଧ୍ୟମ ସାଇଟ ଟ୍ୱିଟରରେ ଏଡିଟ୍ ଅପସନ ଦାବି କରୁଛନ୍ତି ୟୁଜର୍ସ । ତେବେ ମାଲିକ ବଦଳଥିଲେ ବି ଏଯାଏ ଏ ସୁବିଧା ଉବଲବ୍ଧ ହୋଇନାହିଁ । ତେବେ ବର୍ତ୍ତମାନ ଏଲନ ମସ୍କଙ୍କ ମାଆ ମଧ୍ୟ ଟ୍ୱିଟରରେ ଏହି ଫିଚର୍ସ ପାଇଁ ଦାବି କରିଛନ୍ତି । ତେବେ ଗତ କିଛି ଦିନ ଟ୍ୱିଟର ଏବଂ ଏଲନ ମସ୍କଙ୍କୁ ନେଇ ଚର୍ଚ୍ଚା ବଢୁଛି । ମସ୍କ ୪୪ ଆରବ ଡଲାରରେ ଟ୍ୱିଟରକୁ କିଣିଛନ୍ତି । ମସ୍କଙ୍କ ଏଥିରେ ପ୍ରବେଶ ପରେ ଟ୍ୱିଟରରେ ନୂଆ ଫିଚର୍ସ ପାଇଁ ଆଶା ସଞ୍ଚାର ହୋଇଛି । ତେବେ ଆଜି ଯାଏ ଟ୍ୱିଟଟରେ ଏଡିଟର ଅପସନ ନାହିଁ । ଏହି ଫିଚର୍ସ ପାଇଁ ମସ୍କ ପୂର୍ବରୁ ସୂଚନା ଦେଇସାରିଥିବା ବେଳେ ଏହା ଉପରେ କାମ ଜାରି ରହିଛି ।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମାଆ ମାୟେ ମସ୍କ ମଧ୍ୟ ଟ୍ୱିଟରର ଏହି ନୂଆ ଫିଚର୍ସ ପାଇଁ ଦାବି କରିଛନ୍ତି । ଏଡିଟ ଅପସନକୁ ଟ୍ୱିଟରରେ ଆଡ କରିବା ପାଇଁ ସେ ବାରମ୍ବାର ଦାବି କରୁଛନ୍ତି । ନିକଟରେ ମାୟେ ମସ୍କ ଟ୍ୱିଟରରେ ତାଜମହଲର ଏକ ଫଟୋ ସେୟାର କରିଥିଲେ । ତେବେ ସେଥିରେ ସେ ୨୦୦୭ରେ ତାଜମହଲ ଗସ୍ତ କରିଥିବା କଥା କହିଥିଲେ । ପରେ ସେ ଟ୍ୱିଟକୁ ରିଟ୍ୱିଟ କରି କହିଥିଲେ ୨୦୦୭ ନୁହେଁ ୨୦୧୨ରେ ଯାଇଥିଲେ । କେବଳ ସେ ଏତିକି ନୁହେଁ ସେ ପଚାରିଥିଲେ ଏଡିଟ ବଟନ କେଉଁଠି । ମାୟେ ମସ୍କଙ୍କୁ ଜଣେ ୟୁଜର ରିପ୍ଲାଏ କରି ଲେଖିଛନ୍ତି ଏଥର ମାଆ କହିଲେ , ବର୍ତ୍ତମାନ ତ ଶୁଣିନିଅ ।

ଟ୍ୱିଟର ବ୍ୟବହାରକାରୀ ଅନେକ ସମୟରୁ ଏଡିଟ ବଟନର ଅପସନ ଦେବା ପାଇଁ ଦାବି କରିଆସୁଛନ୍ତି । ତେବେ ଶୀଘ୍ର ଏହି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହୋଇପାରେ । ତେବେ ଯଦି ଟ୍ୱିଟରରେ ଏହି ଅପସନ ରହେ ତେବେ ସହଜରେ ପ୍ରତିଟି ଜିନିଷକୁ ଅପଡେଟ କରାଯାଇପାରିବ । ତେବେ ଏଡିଟ ଅପସନ ପ୍ରଥମେ ବ୍ଲୁ ଟିକ୍ ଥିବା ବ୍ୟବହାରକାରୀଙ୍କ ପାଇଁ ଜାରି ହେବ । ଏହା ସବସ୍କ୍ରିପସନ କରିବା ପରେ ହିଁ ମିଳିବ ।