ପଛରେ ପଡିଲେ ଏଲନ୍ ମସ୍କ । ଦୁନିଆର ‘ନମ୍ବର-୧ ଧନୀ’ ମୁକୁଟ ପିନ୍ଧିଲେ ଜେଫ୍ ବେଜୋସ୍ ।

322

କନକ ବ୍ୟୁରୋ: ବିଶ୍ୱର ଟପ୍ ୧୦ ଧନୀ ତାଲିକାରେ ପରିବର୍ତ୍ତନ ହୋଇଛି ଏବଂ ଏହି ତାଲିକାରେ ଦୀର୍ଘ ଦିନ ଧରି ସବୁଠୁ ଆଗରେ ଥିବା ଏଲନ୍ ମସ୍କଙ୍କୁ ଲାଗିଛି ଝଟକା । କାରଣ ଅନେକ ଦିନ ପରେ ତାଙ୍କୁ ପଝରେ ପକାଇ ଆଗେଇ ଯାଇଛନ୍ତି ଆମାଜନ୍ ଫାଉଣ୍ଡର ଜେଫ୍ ବେଜୋସ୍ । ୨୦୦ ଆରବ୍ ଡଲାର କ୍ଲବରେ ଏଣ୍ଟ୍ରି କରିବା ସହ ବେଜୋସ୍ ହୋଇଛନ୍ତି ବିଶ୍ୱର ସୁବଠୁ ଧନୀ ବ୍ୟକ୍ତି ।

ଜେଫ୍ ବେଜୋସଙ୍କ ସମ୍ପତ୍ତିରେ ଲଗାତାର ବୃଦ୍ଧି ହେବାରେ ଲାଗିଛି । ପ୍ରଥମେ ସେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଡଙ୍କୁ ପଛରେ ପକାଇବା ପରେ ସୋମବାର ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି ।