କନକ ବ୍ୟୁରୋ : ୱାସ ବେସିନ୍ ଧରି ଟୁଇଟର ମୁଖ୍ୟାଳୟରେ ପହଞ୍ଚିଥିଲେ ଏଲନ ମସ୍କ । ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ଅପ୍ଲୋଡ କରିବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ହାତରେ ୱାସ ବେସିନ୍ ଧରି ସାନଫ୍ରାନସିସକୋ ସ୍ଥିତ କାର୍ଯ୍ୟାଳୟକୁ ଆସିଥିଲେ ।
ମସ୍କ ୪ ହଜାର ୪୦୦ କୋଟି ଡଲାରର ଟୁଇଟର ଚୁକ୍ତିକୁ ସମ୍ପୂର୍ଣ୍ଣ କରିବା ପାଇଁ ଜୋରସୋରରେ ଲାଗିଛନ୍ତି । ଆଜି ସୁଦ୍ଧା ଟୁଇଟର ଅଧିଗ୍ରହଣ ପାଇଁ ସେ ଘୋଷଣା କରିଛନ୍ତି । ଗତ ଏପ୍ରିଲ ୧୩ରେ ମସ୍କ ଏହି ମାଇକ୍ରୋବ୍ଲଗିଂ ସାଇଡକୁ କିଣିବା ପାଇଁ ଘୋଷଣା କରିଥିଲେ । ଏହା ପରେ ସେ ଚୁକ୍ତିଙ୍କୁ ସ୍ଥଗିତ ରଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/17-20.jpg)