କନକ ବ୍ୟୁରୋ : ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ପାଇଁ ଖୁସିଖବର । ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଯୋଡି ହୋଇପାରେ ଆଉ ଏକ ନାଁ । କାରଣ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଏକ ନୂଆ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଆଣିପାରନ୍ତି । ଏନେଇ ବିଚାରବିମର୍ଷ ଚାଲିଥିବା ରିପୋର୍ଟ ପ୍ରକାଶ ପାଇଛି । ଟ୍ୱିଟରରେ ଏନେଇ ସଂକେତ ଦେଇଛନ୍ତି ମସ୍କ ।
ଟ୍ୱିଟରରେ ଜଣେ ୟୁଜର୍ସ ପଚାରିଥିଲେ, ଆପଣ ଏଭଳି ଏକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଆଣିବାକୁ ବିଚାର କରିବେ ଯେଉଁଠି ୟୁଜର୍ସଙ୍କୁ କହିବା, ଲେଖିବାର ସ୍ୱାଧୀନତା ରହିବ ଏବଂ ଆଦୌ ବିଜ୍ଞାପନ ରହିବନି । ଆଉ ଏହାର ଜବାବରେ ମସ୍କ କହିଥିଲେ, ଟ୍ୱିଟର ମଧ୍ୟ ୟୁଜର୍ସଙ୍କ ଅଭିବ୍ୟକ୍ତି ସିଦ୍ଧାନ୍ତକୁ ପାଳନ କରିବାରେ ବିଫଳ ହେଉଛି ଏବଂ ଲୋକତନ୍ତ୍ର ଦୁର୍ବଳ ହେଉଛି ।
ଏହି ଟ୍ୱିଟର ଦିନକ ପୂର୍ବରୁ ମସ୍କ ଟ୍ୱିଟରରେ ଏକ ପୋଲ କରି ପଚାରିଥିଲେ ଯେ, କଣ ଟ୍ୱିଟର ଜଣେ ୟୁଜର୍ସଙ୍କ ସିଦ୍ଧାନ୍ତଙ୍କୁ ପାଳନ କରୁଛି । ଆଉ ଏହାର ଜବାବରେ ୭୦%ରୁ ଅଧିକ ୟୁଜର୍ସ ନାଁ କହିଥିଲେ । ଏପରିକି ୟୁଜର୍ସଙ୍କୁ କହିଥିଲେ, ଆପଣ ଏହି ପୋଲରେ ଧ୍ୟାନ ସହକାରେ ଭୋଟିଂ କରନ୍ତୁ । କାରଣ ଏହାର ପରିଣାମ ବେଶ ଗୁରୁତ୍ୱପୁର୍ଣ୍ଣ । ଯାହା ସଂକେତ ଦେଉଥିଲା ଯେ, ମସ୍କ ଖୁବଶୀଘ୍ର ନୂଆ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଆଣିପାରନ୍ତି ।