କନକ ବ୍ୟୁରୋ: ସପ୍ତମ ଥର ପାଇଁ ବାପା ହେଲେ ବିଶ୍ୱର ଖ୍ୟାତନାମା ବିଜନେସମ୍ୟାନ୍ ଏଲନ୍ ମସ୍କ । ହଲିଉଡ୍ ସିଙ୍ଗର ତଥଶ ଏଳନ୍ ମସ୍କଙ୍କ ପତ୍ନୀ ଗ୍ରାଇମ୍ସ ଏକ କନ୍ୟା ସନ୍ତାନକୁ ନିଜ ପରିବାରକୁ ସ୍ୱାଗତ କରିଛନ୍ତି । ୩୩ ବର୍ଷିୟା ଗ୍ରାଇମ ଏନେଇ ଭ୍ୟାନିଟି ଫେୟାର ମ୍ୟାଗାଜିନର ଏପ୍ରିଲ ଇସ୍ୟୁରେ ଏହି କଥାର ଖୁଲାସା କରିଛନ୍ତି ।
ପୂର୍ବରୁ ଏଲନ୍ ମସ୍କ ଓ ଗ୍ରାଇମଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ଯାହାର ନାଁ ଏକ୍ସ-ଏଇ ଏ-୧୨ । ପୁଅର ନିକ୍ ନେମ୍ ୱାଇ । ୨ ବର୍ଷର ପୁଅର ନାଁକୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିବାବେଳେ ଏବେ ନବଜାତ କନ୍ୟାର ନାଁକୁ ନେଇ ଚର୍ଚ୍ଚା । କାରଣ ପୁଅ ପରି ଝିଅର ବି ଏକ ଅଜବ ନାଁ ରଖିଛନ୍ତି ଏଲନ୍ ମସ୍କ । ନବଜାତ ଝିଅର ନାଁ ରଖିଛନ୍ତି ଏକ୍ସା- ଡାର୍କ ସିଡ୍ରେଲ୍ । ଏହି ଝିଅକୁ ସେମାନେ ସରୋଗାସି ଉପାୟରେ ପାଇଥିବା କହିଛନ୍ତି ଗ୍ରାଇମା ।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଯଦି ଏହା ଏଲନଙ୍କର ଦ୍ୱିତୀୟ ସନ୍ତାନ । ତାହେଲେ ସପ୍ତମ ଥର ସେ ବାପା ହେଲେ କିପରି । କଥା ହେଉଛି । ଗ୍ରାଇମା ତାଙ୍କର ଦ୍ୱିତୀୟ ପତ୍ନୀ । ତାଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ଜଷ୍ଟିନ୍ ୱିଲସନ୍ । ଏଲନ୍ ଓ ଜଷ୍ଟିନଙ୍କର ୫ଜଣ ସନ୍ତାନ ଅଛନ୍ତି । ଏବେ କୁନି ଝିଅ ସିଡ୍ରେଲକୁ ମିଶାଇ ସେ ସପ୍ତମ ଥର ବାପା ହୋଇଛନ୍ତି ।