ବ୍ଲୁମ୍ ବର୍ଗ ପକ୍ଷରୁ ଜାରି ହେଲା ବିଶ୍ୱର ଧନୀ ତାଲିକା । ଏକ ନମ୍ବର ସ୍ଥାନରେ ବିଲିଓନାୟାର ଏଲନ ମସ୍କ ।

349

କନକ ବ୍ୟୁରୋ : ଏଲନ ମସ୍କ ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ୧୮୮.୫ ବିଲିୟନ ଡଲାର ସମ୍ପତି ସହିତ ଏଲନ ମସ୍କ ଏବେ ବିଶ୍ୱର ଧନୀ ତାଲିକାର ଶୀର୍ଷକୁ ଉଠିଛନ୍ତି । ବ୍ଲୁମ ବର୍ଗ ବିଲିଓନାର ଇଣ୍ଡେକ୍ସ ତାଲିକାରେ ବିଶ୍ୱର ୫ ଶହ ବିଲିଓନାର ସ୍ଥାନ ପାଇଛନ୍ତି । ଏଥିରେ ଶୀର୍ଷରେ ଏଲନ୍ ମସ୍କ, ଦ୍ୱିତୀୟ ସ୍ଥାନରେ ଜେଫ୍ ବେଜୋସ୍ ଅଛନ୍ତି । ଭାରତର ବିଲିଓନାର ବ୍ୟବସାୟୀ ମୁକେଶ ଅଂବାନୀ ଅଛନ୍ତି ୧୩ ତମ ସ୍ଥାନରେ ।

ବ୍ଲୁମ ବର୍ଗ ବିଲିଓନାର ଇଣ୍ଡେକ୍ସ ତାଲିକାରେ ବିଶ୍ୱର ୫ ଶହ ବିଲିଓନାର ସ୍ଥାନ ପାଇଛନ୍ତି । ଏହାର ଶୀର୍ଷରେ ଅଛନ୍ତି ଏଲନ ମସ୍କ । ଆମେରିକାର ନାଗରିକ ଏଲନ ମସ୍କଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାରେ । ବୃତିରେ ଜଣେ ଇଂଜିନିୟର । ବୟସ ଏବେ ୪୯ ବର୍ଷ । ଉପଗ୍ରହ ଉତକ୍ଷେପଣ ବ୍ୟବସାୟ ସହିତ ଜଣାଶୁଣା କାର କମ୍ପାନୀ ଟେସଲାର ମାଲିକ ହେଉଛନ୍ତି ସେ । ତେବେ ଗତ ବର୍ଷକ ମଧ୍ୟରେ ଟେସଲାରୁ ତାଙ୍କୁ ଯେପରି ଲାଭ ମିଳିଛି ତାହା ସମସ୍ତଙ୍କୁ ଚକିତ କରିଦେବା ପରି ।

ଗତ ବର୍ଷକ ମଧ୍ୟରେ ଏଲନ ମସ୍କଙ୍କ ସମ୍ପତିରେ ୧୧.୮ ପ୍ରତିଶତ ବୃଦ୍ଧି
ସ୍ପେଶ୍ ଏକ୍ସ ଅପେକ୍ଷା ଅଧିକ ଲାଭ ଦେଇଛି କାର କମ୍ପାନୀ ଟେସଲା
ଟେସଲାର ସେୟାର ମୂଲ୍ୟ ୭୪୮ ପ୍ରତିଶତ ବୃଦ୍ଧି ପହଁଚାଇଛି ବଡ ଲାଭ

ଆସନ୍ତୁ ନଜର ପକାଇବା ବିଶ୍ୱର ଶୀର୍ଷ ବିଲିଓନାୟାର ବ୍ୟବସାୟୀଙ୍କ ତାଲିକା ଉପରେ

୧୮୮.୫ ବିଲିୟନ ଡଲାର ସହିତ ଶୀର୍ଷରେ ଏଲନ ମସ୍କ
୧୮୭ ବିଲିୟନ ଡଲାର ସହିତ ଦ୍ୱିତୀୟ ସ୍ଥାନରେ ଜେଫ୍ ବେଜୋସ୍
୧୩୨ ବିଲିୟନ୍ ଡଲାର ସହିତ ତୃତୀୟ ସ୍ଥାନରେ ବିଲ୍ ଗେଟସ
୧୧୪ ବିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ବି ଅନର୍ଲଟ
୧୦୦ ବିଲିୟନ ଡଲାର ସହିତ ପଂଚମ ସ୍ଥାନରେ ମାର୍କ ଜୁକରବର୍ଗ
୭୩.୪ ବିଲିୟନ ଡଲାର ସହିତ ତ୍ରୟୋଦଶ ସ୍ଥାନରେ ମୁକେଶ ଅଂବାନୀ

ବ୍ଲୁମ୍ ବର୍ଗର ବିଲିଓନାୟାର ୫୦୦ ଜଣିଆ ଧନୀ ତାଲିକାର ଟପ୍ ଟେନ୍ ତାଲିକାରେ ଆମେରିକାରୁ ୮ ଜଣ, ଫ୍ରାନ୍ସରୁ ଜଣେ ଓ ଚୀନରୁ ଅଛନ୍ତି ଜଣେ ବିଲିଓନାୟାର । ଶୀର୍ଷ ୧୦୦ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଭାରତୀୟ ବ୍ୟବସାୟୀ । ୧୩ ତମ ସ୍ଥାନରେ ମୁକେଶ ଅଂବାନୀ, ୩୭ ତମ ସ୍ଥାନରେ ଗୌତମ ଆଦାନୀ, ୫୫ ତମ ସ୍ଥାନରେ ଅଜିମ୍ ପ୍ରେମଜୀ, ୬୭ ତମ ସ୍ଥାନରେ ଅଛନ୍ତି ଶିବ ନାଦାର ।