କନକ ବ୍ୟୁରୋ : ବ୍ରିଟେନର ମହାରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ବିୟୋଗରେ ଗୋଟିଏ ଯୁଗର ଶେଷ ହୋଇଛି । ଆଉ ଏକ ଯୁଗର ଆରମ୍ଭ ହେବାକୁ ଯାଉଛି । ରାଣୀଙ୍କ ନିଧନ ପରେ ଏବେ ତାଙ୍କ ପୁଅ ଚାର୍ଲସ ବ୍ରିଟେନର ନୂଆ ରାଜା ହେବାକୁ ଯାଉଛନ୍ତି । ସେ ଆଜି ବିଧିବଦ୍ଧ ଭାବେ ଏହି ଦାୟିତ୍ୱ ସମ୍ଭାଳିବେ ।

Advertisment

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲସ । ଏଲିଜାବେଥ୍ ଦ୍ୱିତୀୟ ଦୀର୍ଘ ୭୦ ବର୍ଷ ଶାସନରେ ରହିଥିଲେ । ବ୍ରିଟେନରେ ତାଙ୍କ ନାଁରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ରହିଛି । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ ଚାର୍ଲସ ତୃତୀୟ ଭାବେ ପରିଚୟ ପାଇଛନ୍ତି । ଚାର୍ଲସ ରାଜା ହେବା ପରେ ତାଙ୍କ ପତ୍ନୀ କାମିଲା ରୋଜେମାରି ୟୁକେର କେଥରିନ ଡଚେର୍ସ ଅଫ୍ କାନୱାଲ ନାମରେ ପରିଚୟ ପାଇଛନ୍ତି । ଏବେ ଚାର୍ଲସ ରାଜକୀୟ ପ୍ରଥା ଅନୁଯାୟୀ ବିନା ପାସପୋର୍ଟରେ ବିଦେଶ ଯାତ୍ରା କରିିବେ । କାରଣ ତାଙ୍କ ନାମରେ ହିଁ ପାସପୋର୍ଟ ତିଆରି ହୋଇଥାଏ । କେବଳ ବ୍ରିଟେନରେ ରହିଛି ଏହି ପ୍ରଥା । ସେହିପରି ସେ ବିନା ଲାଇସେନ୍ସରେ ଗାଡି ଚଳାଇପାରିବେ ।

ସମଗ୍ର ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ଓସାମା ବିନା ଲାଡେନ । ଅନେକ ଲୋକଙ୍କ ଜୀବନ ନେଇଛି । ଯଦିଓ ସେ ଏବେ ମୃତ । କିନ୍ତୁ ୨୦୧୩ ବେଳେ ଚାର୍ଲସ ନିଜ ଦ୍ୱାରା ତିଆରି ହୋଇଥିବା ଟ୍ରଷ୍ଟ ଜରିଆରେ ଲାଡେନ ପରିବାରର ଦାନ ସ୍ୱୀକାର କରିଥିଲେ । ଖାଲି ଏତିକି ନୁହେଁ ‘ଡେଲି ମେଲ’ ଓ ‘ଦ ସଣ୍ଡେ ଟାଇମ୍ସ' ର ରିପୋର୍ଟ ଅନୁଯାୟୀ ଚାର୍ଲସ ନିଜର ଚ୍ୟାରିଟେବୁଲ ଟ୍ରଷ୍ଟ ନାଁରେ ଧନୀ ଲୋକଙ୍କଠୁ ପଇସା ନେଇ ନାଇଟହୁଡ ସମ୍ମାନ ଓ ନାଗରିକାତା ପ୍ରଦାନ କରିଥିବା ଅଭିଯୋଗ ରହିଛି । ଏହାବାଦ୍ ଅନେକ ମହିଳାଙ୍କ ସହ ସଂପର୍କକୁ ନେଇ ଚାର୍ଲସ ବିବାଦରେ ରହିଆସିଛନ୍ତି ।

ଏହା ପୂର୍ବରୁ ଚାର୍ଲସ ପ୍ରଥମ ୧୬୨୫ରୁ ୧୬୪୯ ଯାଏ ରାଜା ହୋଇଥିଲେ । ଗୃହଯୁଦ୍ଧ ପାଇଁ ଫାଶୀଦଣ୍ଡରେ ସେ ଦଣ୍ଡିତ ହୋଇଥିଲେ । ଏହାପରେ ତାଙ୍କ ପୁଅ ଚାର୍ଲସ ଦ୍ୱିତୀୟ ରାଜା ହୋଇଥିଲେ ।